‘ସ୍ବାମୀଙ୍କୁ ବହୁତ ସୁଯୋଗ ଦେଇଛି, ଏବେ ଚାହୁଁଛି ଛାଡପତ୍ର’

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ତାଙ୍କ ବିବାହ ପରଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି। ରାଜୀବ ୨୦୧୯ରେ ଅଭିନେତ୍ରୀ ଚାରୁ ଆସୋପାଙ୍କୁ ବିବାହ କରିଥିଲେ। ବିବାହର ମାତ୍ର କିଛି ଦିନ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲେ। ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ଏତେ ବଢିଗଲା ଯେ ୨୦୨୦ରେ ଦୁହେଁ ଅଲଗା ହୋଇଗଲେ। ତେବେ ଏନେଇ କେହି ଖୋଲାଖୋଲି ଭାବେ କହି ନାହାଁନ୍ତି। କିନ୍ତୁ ନିଜ ସମ୍ପର୍କ ବିଷୟରେ ପ୍ରଥମ ଥର ପାଇଁ ଚାରୁ ଆସୋପା ମୁହଁ ଖୋଲିଛନ୍ତି।
ଚାରୁ କହିଛନ୍ତି, ସେ ତାଙ୍କ ସ୍ବାମୀଙ୍କୁ ଯଥେଷ୍ଟ ସୁଯୋଗ ଦେଇଛନ୍ତି, କିନ୍ତୁ ଏବେ ସେ ସମ୍ପର୍କକୁ ଶେଷ କରିବାକୁ ଚାହୁଁଛନ୍ତି। ସେମାନଙ୍କ ବିବାହରେ ଆଉ କିଛି ବାକି ନାହିଁ। ରାଜୀବଙ୍କୁ ବହୁତ ସୁଯୋଗ ଦେଇଛି, ଏବେ ଆଉ ନୁହେଁ। ଝିଅ ପାଇଁ ତାଙ୍କଠାରୁ ଅଲଗା ହେବା ହିଁ ଏକମାତ୍ର ଉପାୟ।
ରାଜୀବ ମଧ୍ୟ ଚାରୁଙ୍କ ଉପରେ ଅନେକ ଅଭିଯୋଗ ଆଣିଛନ୍ତି। ସେ ତାଙ୍କର ପ୍ରଥମ ବିବାହ ବିଷୟରେ ଲୁଚାଇଥିଲେ। ଅତୀତ ବିଷୟରେ ମୋତେ ବିବାହ ପୂର୍ବରୁ କହିଥିଲେ ମୁଁ ଖୁସି ହୋଇଥାନ୍ତି ବୋଲି ରାଜୀବ କହିଛନ୍ତି।

Share