ପୁଣି ସମ୍ପର୍କରେ ଫାଟ: ସୋସିଆଲ ମିଡିଆରେ ପରସ୍ପରକୁ ଅନ୍‌ଫଲୋ କଲେ ସୁସ୍ମିତାଙ୍କ ଭାଇ-ଭାଉଜ

ବମ୍ବେ: ସମ୍ପର୍କ କେବେ ଖଟା ତ କେବେ ମିଠା। କେବେ ଉଭୟ ଏକାଠି ହେଉଛନ୍ତି ତ କେବେ ଅଲଗା ହେବାର ଜିଦ୍‌। ଆମେ କହୁଛୁ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଚାରୁ ଅସୋପାଙ୍କ ବିଷୟରେ। ବିବାହ ପରେ ଉଭୟ କନ୍ୟା ସନ୍ତାନର ମାତାପିତା ହୋଇଥିଲେ। ତା’ ପରଠାରୁ ସେମାନଙ୍କ ଭିତରେ ସବୁକିଛି ଠିକ୍‌ ଚାଲୁନାହିଁ। କିଛି ମାସ ପୂର୍ବେ ଉଭୟ ଛାଡ଼ପତ୍ର ନେବେ ବୋଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ହଠାତ ଏକାଠି ରହିବାର ନିଷ୍ପତ୍ତି ନେଇଥିଲେ।

ଏବେ କରଓ୍ବାଚୌଥର ଗୋଟିଏ ଦିନ ପରେ ରାଜୀବ-ଚାରୁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ସୋସିଆଲ ମିଡିଆରେ ଦୁହେଁ ପରସ୍ପରକୁ ଅନଫଲୋ କରିଛନ୍ତି। ଏପରିକି ଇନଷ୍ଟାଗ୍ରାମରୁ ଉଭୟଙ୍କ ଅନେକ ଫଟୋକୁ ଡିଲିଟ୍‌ କରିଛନ୍ତି। ଗଣେଷ ପୂଜା ବେଳେ ରାଜୀବ ଝିଅ ଏବଂ ପତ୍ନୀଙ୍କ ସହ ନଜର ଆସିଥିଲେ। ଏହାର ଫଟୋ ସେ ଶେୟାର କରି ଦୁହେଁ ସମ୍ପର୍କକୁ ଆଉ ଏକ ସୁଯୋଗ ଦେଇଥିବା କହିଥିଲେ। ମାତ୍ର ଏବେ ଏହି ଫଟୋ ଇନଷ୍ଟାଗ୍ରାମରେ ନାହିଁ। ଏସବୁରୁ ସମ୍ପର୍କରେ ତିକ୍ତତା କଥା କୁହାଯାଉଛି। ଏହା ପଛରେ କାରଣ କ’ଣ ରହିଛି ତାହା ଜଣାପଡ଼ି ନାହିଁ। ଆଗାମୀ ଦିନରେ ଉଭୟଙ୍କ ପୋଷ୍ଟ ସବୁକିଛି ସ୍ପଷ୍ଟ କରିବ ବୋଲି ପ୍ରଶଂସକ ଅନୁମାନ କରୁଛନ୍ତି।

Share