ବମ୍ବେ: ବଲିଉଡ ସୁସ୍ମିତା ସେନଙ୍କ ଭାଇ-ଭାଉଜ ଛାଡ଼ପତ୍ର ନେବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ପରସ୍ପରକୁ ଆରୋପ୍ୟ ପ୍ରତ୍ୟାରୋପ କରୁଛନ୍ତି। ମାର୍ପିଟ ପରେ ଏବେ ବିବାହରେ ଧୋକା ଦେବା ଯାଏ କଥା ପହଞ୍ଚିଛି। ଚାରୁ ଅସୋପା ପ୍ରଥମେ ରାଜୀବ ତାଙ୍କୁ ଧୋକା ଦେଇଥିବା କହିଥିଲେ। ଏବେ ରାଜୀବ ପାଲଟା ତାଙ୍କର ଅଭିନେତା କରନ୍ ମେହେରାଙ୍କ ସହ ସମ୍ପର୍କ ଥିବା କହିଛନ୍ତି। ଏହାଶୁଣି ପ୍ରତିକ୍ରିୟା ରଖିଛନ୍ତି ଚାରୁ।
ଏକ ସାକ୍ଷାତକାରରେ ଚାରୁ କହିଛନ୍ତି, କାହିଁକି ତାଙ୍କ ଉପରେ ଏଭଳି ଅଭିଯୋଗ ଲଗାଯାଉଛି ସେ ଜାଣି ନାହାନ୍ତି। ଯେତେବେଳେ କୌଣସି ପୁରୁଷ ଲୋକ ପାଖରେ କିଛି ନ ଥାଏ ସେତେବେଳେ ସେ ମହିଳାଙ୍କ ଚରିତ୍ର ଉପରେ କଥା କହିଥାଏ। ପୁରୁଷମାନେ ଭଲ ଭାବେ ଜାଣନ୍ତି ମହିଳାଙ୍କ ଉପରେ କେଉଁ ଜିନିଷ ପ୍ରଭାବ ପକାଏ। ରାଜୀବଙ୍କ ପାଖରେ ତାଙ୍କୁ ଖରାପ ଚିତ୍ରଣ କରିବାର କୌଣସି ଅନ୍ୟୋପାୟ ନ ଥିଲା। ଏଥିଲାଗି ସେ ଏତେ ତଳକୁ ଖସିଗଲେ।
ସେହିଭଳି କରନ ମେହେରା ରାଜୀବଙ୍କ କଥା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହା ଭିତ୍ତିହୀନ କଥା। ଜାଣିନି ରାଜୀବ କେଉଁ ମେହେରାଙ୍କ କଥା କହୁଛନ୍ତି। ମୁଁ ତାଙ୍କ ସମ୍ପର୍କରେ ନାହିଁ। ଆମେ ୧୦ ବର୍ଷ ପୂର୍ବେ ଏକ ଶୋ’ରେ କାମ କରିଥିଲୁ ବୋଲି ସେ କହିଛନ୍ତି।