ସମ୍ପର୍କ ତୁଟିବା ପଛର କାରଣ କହିଲେ ଚାରୁ !

ବମ୍ବେ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସ୍ତ୍ରୀ ଚାରୁ ଅସୋପାଙ୍କଠାରୁ ଅଲଗା ହେବେ। ଉଭୟ ୨୦୧୯ରେ ବିବାହ କରିଥିଲେ। ୨୦୨୧ରେ ସେମାନେ କନ୍ୟା ସନ୍ତାନର ପିତାମାତା ହୋଇଥିଲେ। ଏଣୁ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲୁଥିବା ନେଇ ଅନୁମାନ କରାଯାଉଥିଲା। ହେଲେ ତାହା ନୁହେଁ। ସୋସିଆଲ ମିଡିଆରେ ପରସ୍ପରକୁ ଅନ୍‌ଫଲୋ କରିବା ପରେ ସମ୍ପର୍କ ଖଟା ହୋଇଥିବା ଚର୍ଚ୍ଚା ବଢ଼ିବାରେ ଲାଗିଛି।

ତିନି ବର୍ଷର ବୈବାହିକ ସମ୍ପର୍କ ମଧ୍ୟରେ ଅନେକ ଥର ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଛି। ପରବର୍ତ୍ତି ସମୟରେ ଦୁହେଁ ଏକାଠି ହୋଇଛନ୍ତି। ମାତ୍ର ଏବେ ସବୁକିଛି ଶେଷ ହୋଇଛି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖି ବିବାହ ଭାଙ୍ଗିବାର କାରଣକୁ ନେଇ ଚାରୁ ସମ୍ୟକ ସୂଚନା ଦେଇଛନ୍ତି। ଦୂରତା ସମ୍ପର୍କ ଭାଙ୍ଗେ ନାହିଁ। ବରଂ ଯେତେବେଳେ ଆମେ କମ୍‌ କଥା ହେଉ। ବିଳମ୍ବରେ ଜବାବ ଦେଉ। ସେତେବେଳେ ସମ୍ପର୍କ ଭାଙ୍ଗି ଯାଏ ବୋଲି ତାଙ୍କ ପୋଷ୍ଟରେ ଲେଖାଅଛି। ଏହି କାରଣରୁ ଚାରୁ ରାଜୀବଙ୍କ ସମ୍ପର୍କରେ ଦୂରତା ଆସିଥିବା ନେଇ ଚର୍ଚ୍ଚା ହେଉଛି।

Share