ତିନି ମାସ ପରେ ମୁହଁ ଦେଖାଇଲେ

ବମ୍ବେ: ତିନି ମାସ ପରେ ଝିଅର ମୁହଁ ଦେଖାଇଛନ୍ତି ସୁସ୍ମିତା ସେନଙ୍କ ଭାଉଜ ତଥା ଅଭିନେତ୍ରୀ ଚାରୁ ଅସୋପା। ସୋସିଆଲ ମିଡିଆରେ ସେ ଝିଅ ଜିୟାନାଙ୍କ ସହ ଫଟୋ ଶେୟାର କରି ଭାବବିହ୍ବଳ ବାର୍ତ୍ତା ଦେଇଛନ୍ତି। ତିନି ମାସର ଜନ୍ମଦିନର ଶୁଭେଚ୍ଛା ମୋ’ ଜୀବନ। ତୋତେ ମୁଁ ଦୁନିଆର ସବୁ ଜିନିଷଠାରୁ ଅଧିକ ଭଲ ପାଏ ବୋଲି ସେ କହିଛନ୍ତି। ଫଟୋଗୁଡ଼ିକ ଏବେ ବେଶ ଭାଇରାଲ ହେଉଥିବା ବେଳେ ଚାରୁଙ୍କ ପ୍ରଶଂସକ ଜିୟାନାଙ୍କୁ ସ୍ନେହ ଏବଂ ଆଶୀର୍ବାଦ ଦେଉଥିବା ଦେଖାଯାଇଛି।

୨୦୧୯ ଜୁନରେ ଗୋଆରେ ବେଶ୍‌ ଧୁମ୍‌ଧାମ୍‌ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଚାରୁ। ପ୍ରେମିକ ରାଜୀବ ସେନଙ୍କ ହାତ ଧରିଥିଲେ ସେ। ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଉଭୟ ସୋସିଆଲ ମିଡିଆରୁ ବିବାହର ଫଟୋ ହଟାଇଦେଇଥିଲେ। ହେଲେ ପରେ ସବୁକିଛି ଠିକ୍‌ ହୋଇଯାଇଥିଲା। ୨୦୨୧ ନଭେମ୍ବର ୧ରେ ଚାରୁ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

 

Share