ବିବାହ ବିଚ୍ଛେଦ ଖବର ପରେ ରୋମାଣ୍ଟିକ୍‌ ହେଲେ ଚାରୁ-ରାଜୀବ

ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଚାରୁ ଆସୋପା ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହେଁ ପରସ୍ପରଠାରୁ ଅଲଗା ହେବା ଖବର ପ୍ରଶଂସକଙ୍କୁ ଚକିତ କରିଥିଲା। ନିକଟରେ ଚାରୁ ଏବଂ ସେନ ପରିବାର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋଲକାତାରେ ପହଞ୍ଚିଥିଲେ। ଯେଉଁଥିରେ ଚାରୁ ଏବଂ ରାଜୀବ ନିକଟତର ହୋଇଥିବା ଦେଖାଯାଇଛି। ଏପରିକି ଉଭୟ ଏକ ରୋମାଣ୍ଟିକ ଗୀତରେ ନାଚିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଚାରୁ ପୂରା ବିବାହର ଏକ ବ୍ଲଗ୍‌ କରିଥିଲେ। ଏହାକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଶେୟାର କରିଥିଲେ। ତେବେ ସେହି ବ୍ଲଗ୍‌ରେ ଚାରୁ-ରାଜୀବ
‘ପେହଲା ପେହଲା ପ୍ୟାର୍‌ ହୈ’ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହାପୂର୍ବରୁ ରାଜୀବ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ସମ୍ପର୍କୀୟଙ୍କ ବିବାହର ଫଟୋ ମଧ୍ୟ ଶେୟାର କରିଥିଲେ। ଫଟୋରେ ଚାରୁ ମଧ୍ୟ ରାଜୀବଙ୍କ ପରିବାର ସହିତ ଖୁସିରେ ପୋଜ ଦେଉଥିବା ଦେଖିବାକୁ ମିଳିଥିଲା।

Share