Categories: ଜାତୀୟ

ଜେଲ୍‌ରେ ବିତାଇବେ ନୂଆବର୍ଷ: ପୁଣି ଚାଟାର୍ଜୀଙ୍କ ଜାମିନ୍‌ ଆବେଦନ ଖାରଜ

କୋଲକାତା,୨୨।୧୨: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ସ୍ବତନ୍ତ୍ର କୋର୍ଟ ଗୁରୁବାର ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଥିବା ମନ୍ତ୍ରୀଙ୍କ ସମେତ ଅନ୍ୟ ୬ ଜଣଙ୍କ  ନ୍ୟାୟିକ ହେପାଜତକୁ ୧୪ ଦିନ ପର୍ଯ୍ୟନ୍ତ ବଢାଇଦେଇଛନ୍ତି। ପାର୍ଥ ଚାଟାର୍ଜୀ, ଏସପି ସିହ୍ନା, ସୁବିରେଶ ଭଟ୍ଟ।ଚାର୍ଯ୍ୟ, ଅଶୋକ ସାହା ଏବଂ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ସମସ୍ତଙ୍କ ଜାମିନ୍‌ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗରେ ପାର୍ଥ ଚାଟାର୍ଜୀଙ୍କୁ ଜୁଲାଇରେ ଗିରଫ କରାଯାଇଥିଲା। ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ବହିଷୃତ କରିଥିଲେ।

Share