ଛତୁଆ: ମଣିଷ କ’ଣ, ଗୋରୁ ଖାଉନାହାନ୍ତି

ଭୁବନେଶ୍ୱର,୧ା୯(ଅନିଲ ଦାସ): ଅଙ୍ଗନଓ୍ବାଡି ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ନାମରେ ଦିଆଯାଉଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର। କେବଳ ଗହମ ଓ ଚିନି ମିଶାଇ ଦିଆଯାଉଛି। ସେ ଛତୁଆକୁ ମଣିଷ କ’ଣ ଗୋରୁ ଖାଉ ନାହାନ୍ତି। ଯେଉଁମାନଙ୍କୁ ଛତୁଆ ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି ସେମାନେ କୋଟିପତି ହୋଇଗଲେଣି। କାର ଧରି ବୁଲୁଛନ୍ତି। ଛତୁଆର ମାନ ଯାଞ୍ଚ କରାଯାଉ ନାହିଁ। ୨୪ ବର୍ଷ ହେଲା ଗୋଟିଏ ସଂସ୍ଥା ଛତୁଆ ବଣ୍ଟନରେ ରହିଛି। ଛତୁଆ ଯୋଗାଣରେ ମହାଦୁର୍ନୀତି ହୋଇଛି। ରାଜ୍ୟରେ ଛତୁଆ ଯୋଗାଣକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଛତୁଆର ମାନ ଯାଞ୍ଚ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଦସ୍ୟମାନେ ଦାବି କରିଛନ୍ତି। ଗୃହର ଉଦ୍‌ବେଗକୁ ଦେଖି ବାଚସ୍ପତି ଗତ ୫ ବର୍ଷ ମଧ୍ୟରେ କେଉଁ ସ୍ଥାନରୁ କେତେ ଛତୁଆର ମାନ ଯାଞ୍ଚ କରାଯାଇଛି, କେଉଁମାନଙ୍କୁ ଧରାଯାଇଛି ସେ ନେଇ ଗୃହରେ ଏକ ବିବରଣୀ ଦେବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସାରା ଓଡ଼ିଶାରେ ଛତୁଆ ଯୋଗାଣ କରୁଥିବା ଏଜେନ୍ସିଗୁଡ଼ିକୁ ଯାଞ୍ଚ କରାଯିବ। ଛତୁଆର ମାନ ପରୀକ୍ଷା କରାଯାଇ ଗୃହକୁ ଅବଗତ କରାଯିବ।

୪୫୧ ନମ୍ବର ପ୍ରଶ୍ନର ମୂଳ ପ୍ରଶ୍ନକର୍ତ୍ତା ଭାଜପା ସଭ୍ୟ ସଞ୍ଜଳି ମୁର୍ମୁ ପଚାରିଥିଲେ, ମୟୂରଭଞ୍ଜ ଜିଲାର କେଉଁ କେଉଁ ଏସ୍‌ଏଚ୍‌ଜି ଓ ଏଜେନ୍ସିକୁ ଛତୁଆ ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି। ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ କେତେ ଏସ୍‌ଏଚ୍‌ଜି ଛତୁଆ ବଣ୍ଟନ କରୁଛନ୍ତି। ମନ୍ତ୍ରୀ ଉତ୍ତରରେ କହିଲେ, ଏସ୍‌ଏନ୍‌ପି ମାର୍ଗଦର୍ଶିକା ଅନୁଯାୟୀ ଛତୁଆର ମାନ ଓ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ପ୍ରତି ବ୍ଲକରେ ଗୋଟିଏ ସ୍ବୟଂ ସହାୟକ ସଂସ୍ଥା ନିୟୋଜିତ କରିବା ବ୍ୟବସ୍ଥା ରହିଛି। ଯଦି ଗୋଟିଏ ଏସ୍‌ଏଚ୍‌ଜି ଦ୍ୱାରା ବ୍ଲକ୍‌ର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛତୁଆ ଯୋଗାଣ ସମ୍ଭବ ନ ହୁଏ ତେବେ ଜିଲାପାଳ ୨ଟି ଏସ୍‌ଏଚ୍‌ଜିକୁ ନିଯୁକ୍ତି ଦେଇପାରିବେ। ଏତଦ୍‌ବ୍ୟତୀତ ପରିପୂରକ ପୁଷ୍ଟି ଯୋଜନାରେ ଦିଆଯାଇଥିବା ଶୁଖିଲା ରାଶନ ଯଥା ହାଲୁଆ, ବାଦାମ, ରାଶି ଏବଂ ବେସନ ଲଡୁ ଇତ୍ୟାଦିର ପ୍ରସ୍ତୁତି ଏବଂ ଯୋଗାଣ ପାଇଁ ପଞ୍ଚାୟତ ସ୍ତରରେ ଏକ ପୃଥକ୍‌ ସ୍ବୟଂ ସହାୟକ ଗୋଷ୍ଠୀ ନିୟୋଜିତ କରାଯାଇପାରିବ।

କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ଅତିରିକ୍ତ ପ୍ରଶ୍ନରେ ପଚାରିଲେ ଛତୁଆରେ କେବଳ ଗହମ ଓ ଚିନି ଦିଆଯାଉଛି।
ଆଉ ସେଥିରେ କିଛି ନାହିଁ। ଯେଉଁମାନେ ଘୁଷୁରି ପାଳୁଛନ୍ତି, ସେହି ଛତୁଆକୁ ସେମାନେ କିଲୋ ଦରରେ ନେଉଛନ୍ତି। ସେ ଛତୁଆକୁ ଲୋକ କ’ଣ ଗୋରୁ, ଘୁଷୁରି, କୁକୁଡ଼ା ମଧ୍ୟ ଖାଉ ନାହାନ୍ତି। ସେହିପରି ଭାଜପା ସଭ୍ୟ ଫକୀର ମୋହନ ନାୟକ, ନୀହାର ରଞ୍ଜନ ମହାନନ୍ଦ, ସନାତନ ବିଜୁଳି, ଆକାଶ ଦାସ ନାୟକ, ପଦ୍ମଲୋଚନ ପଣ୍ଡା, ସିଦ୍ଧାନ୍ତ ମହାପାତ୍ର, ବିଜେଡି ସଭ୍ୟ ଧୃବ ସାହୁ, କଂଗ୍ରେସ ସଭ୍ୟ ଅଶୋକ ଦାସ ପ୍ରମୁଖ ଛତୁଆର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦୀର୍ଘବର୍ଷ ଧରି ଗୋଟିଏ ସଂସ୍ଥା ଛତୁଆ ଯୋଗାଉଛି। ଅତ୍ୟନ୍ତ ନିମ୍ନମାନର ଛତୁଆ ଦିଆଯାଉଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ସେହି ସଂସ୍ଥାକୁ ପରିବର୍ତ୍ତନ କରି ନୂଆ ସଂସ୍ଥାକୁ ଦିଆଯାଉ। ଛତୁଆର ମାନ ନିୟମିତ ଭାବେ ତଦାରଖ କରାଯାଉ ବୋଲି ଦାବି କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଯେଉଁଠି ଏଭଳି ଅଭିଯୋଗ ଆସୁଛି ତାହା ସରକାରଙ୍କ ଦୃଷ୍ଟିକୁ ଆଣିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମଗ୍ର ରାଜ୍ୟରେ ଛତୁଆର ମାନ ଯାଞ୍ଚ କରାଯିବ। ଯେଉଁଠି ଅନିୟମିତତା ହୋଇଥିବ ସେଠାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଝଟ୍‌କା ପରେ ଝଟ୍‌କ: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିଣିଲେ ଆଶାକର୍ମୀ ଶିବାନୀ, ଟେଲିଫୋନ୍‌ କରି ଦେଲେ ଏଭଳି ପ୍ରତିଶ୍ରୁତି

ଭୁବନେଶ୍ୱର/ରାଜନଗର,୨୫।୧୦: ବାତ୍ୟା ‘ଦାନା’ ପାଇଁ ଭିନ୍ନକ୍ଷମ ମହିଳାଙ୍କୁ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳକୁ ନେଇ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶାକର୍ମୀ ଶିବାନୀ ମଣ୍ଡଳ।...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତାକାଲି ଏହି ୩ ଜିଲାରେ ସ୍କୁଲ-କଲେଜ ଛୁଟି

ଭୁବନେଶ୍ୱର,୨୫।୧୦: ମୋହନ ସରକାରଙ୍କ ବଡ଼ ଘୋଷଣା। ପ୍ରବଳ ବର୍ଷା ହେବାକୁ ଥିବାର ଏହି ୩ଟି ଜିଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ସରକାର। ବାତ୍ୟା ଦାନା...

ପ୍ରବଳ ବର୍ଷା ଆଲର୍ଟ, ସବୁ ସ୍କୁଲ ଛୁଟି

ଭଦ୍ରକ,୨୫।୧୦: ବାତ୍ୟା ପରେ ଉପକୂଳ ଜିଲାରେ ଜାରି ରହିଛି ପ୍ରବଳ ବର୍ଷା। ବାତ୍ୟା ପରେ ତୁହାକୁ ତୁହା ବର୍ଷାରେ ବେହାଲ ହେଳାଣି ଉପକୂଳିଆ ଜିଲା। ପାଣିପାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri