Categories: ଜାତୀୟ

ଚୌରି-ଚୌରା ଶତାବ୍ଦୀ ସମାରୋହ: ଭର୍ଚୁଆଲ ଉତ୍ସବରେ ଯୋଗଦେଲେ ମୋଦି

ଗୋରଖପୁର, ୪।୨: ଉତ୍ତରପ୍ରଦେଶରେ ଚୌରି-ଚୌରା ଶତାବ୍ଦୀ ସମାରୋହ ଗୁରୁବାର ଆରମ୍ଭ ହୋଇଛି। ଏନେଇ ଆୟୋଜିତ ଏକ ଭର୍ଚୁଆଲ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଶହୀଦ୍‌ଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ ବୋଲି କହିଛନ୍ତି। ଏହି ଅବସରରେ ମୋଦିଙ୍କ ଦ୍ୱାରା ଏକ ଡାକଟିକଟ ଉନ୍ବୋଚନ କରାଯାଇଛିି। ୧୯୨୨ ଫେବୃୟାରୀ ୪ରେ ଚୌରି-ଚୌରାରେ ଘଟିଥିବା ଏହି ଘଟଣାରେ ଉତ୍ତେଜିତ ଲୋକେ ସ୍ଥାନୀୟ ପୋଲିସ ଷ୍ଟେଶନରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୨୩ ଜଣ ପୋଲିସଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୩ ଜଣ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହାପରେ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ।

Share