ଚୌବିିନଙ୍କୁ ୨୧ ବର୍ଷ ଜେଲ୍‌

ଓ୍ବାଶିଂଟନ,୯।୭: ଜର୍ଜ ଫ୍ଲଏଡଙ୍କ ହତ୍ୟା ଅଭିଯୋଗରେ ଆମେରିକା ସଂଘୀୟ ଅଦାଲତ ପୂର୍ବତନ ମିନିଆପଲିସି ପୋଲିସ ଅଫିସର ଡେରେକ ଚୌବିନଙ୍କୁ ଶୁକ୍ରବାର ୨୧ ବର୍ଷ ଜେଲ୍‌ ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି। ଫ୍ଲଏଡ୍‌ଙ୍କ ନାଗରିକତ୍ୱ ଅଧିକାର ଉଲଂଘନ ହୋଇଥିବା ସଂଘୀୟ ବିଚାରପତି କହିଛନ୍ତି। ୨୦୨୦ ମେ ୨୫ରେ ଦୋକାନରୁ ୨୦ ଡଲାର ଚୋରି ଅଭିଯୋଗରେ ମିନିଆପଲିସିର ଜଣେ ଷ୍ଟାର ମ୍ୟାନେଜର ଫ୍ଲଏଡଙ୍କ ନାଁରେ ଅଭୀଯୋଗ ଆଣିଥିଲେ। ଏ ନେଇ କିଛି ପୋଲିସ ଅଧିକାରୀ ଦୋକାନରେ ପହଞ୍ଚି ଫ୍ଲଏଡଙ୍କୁ ଜୋର୍‌ ଜବରଦସ୍ତ ଧରି ନେଇଥିଲେ। ସେ ସମୟରେ ଚୌବିନ ତାଙ୍କ ଆଣ୍ଠୁରେ ତାଙ୍କ ଗଳାକୁ ଜୋର୍‌ରେ ଚାପି ଦେଇଥିଲେ ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

Share