Cheapest Flight Ticket: କମ୍‌ ମୂଲ୍ୟରେ ହେବ ବିମାନ ଟିକେଟ ବୁକିଂ! ଜାଣନ୍ତୁ କିଭଳି କରିବେ…

ନୂଆଦିଲ୍ଲୀ,୫।୨ : ଭାରତୀୟଙ୍କ ମଧ୍ୟରେ କୌଣସି ଯାତ୍ରା ପାଇଁ ଟ୍ରେନକୁ ପସନ୍ଦ କରିବାର ସବୁଠାରୁ ବଡ କାରଣ ହେଉଛି କମ ମୂଲ୍ୟରେ ଟ୍ରେନ ସିଟ ଉପଲବ୍ଧ । ଦୀର୍ଘ ଦୂରତା ଯାତ୍ରା ପାଇଁ ଟ୍ରେନ ଟିକେଟ ମହଙ୍ଗା ନୁହେଁ ଏବଂ ଏକ ଆରାମଦାୟକ ଯାତ୍ରା । ଅବଶ୍ୟ, କମ ସମୟ ଯାତ୍ରା ପାଇଁ ଅନେକେ ବିମାନରେ ଯିବାକୁ ପସନ୍ଦ କରନ୍ତି, କିନ୍ତୁ ସମସ୍ତଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ବିମାନ ଟିକେଟ କିଣିବା ସମ୍ଭବପର ହୋଇ ନ ଥାଏ।

ମାତ୍ର ଏବେ ଟ୍ରେନ ଟିକେଟର ସମାନ ମୂଲ୍ୟରେ ବିମାନ ଟିକେଟ କିଣିହେବ। କିଭଳି ଏଭଳି ହେବ ସେ ନେଇ ଜାଣିବା ଜରୁରୀ ହୋଇପଡ଼ିଛି।

ସାଧାରଣତଃ ଏସି ଟ୍ରେନ ଟିକେଟ ମୂଲ୍ୟ ୧୦୦୦ ରୁ ୩୦୦୦ ଟଙ୍କା ମଧ୍ୟରେ ରହିଥାଏ। ଯେତେବେଳେ କି, ବିମାନ ଟିକେଟ ମୂଲ୍ୟ ୨୦୦୦ ରୁ ଅଧିକ ଅଟେ, କିନ୍ତୁ ଯଦି ଆପଣ ଶସ୍ତା ବିମାନ ଟିକେଟ ବୁକ କରିବାକୁ ଚାହାନ୍ତି, ତେବେ ଏଥିପାଇଁ କିଛି ୱେବସାଇଟ କିମ୍ବା କମ୍ପାନୀର ଅଫିସିଆଲ ୱେବସାଇଟ ପରିଦର୍ଶନ କରି ଯାଞ୍ଚ କରିହେବ।

ଫ୍ଲିପକାର୍ଟ ପରିଦର୍ଶନ କରି ଆପଣ ଶସ୍ତା ବିମାନ ଟିକେଟ ବୁକ କରିପାରିବେ । ଏଥିପାଇଁ ଇ-କମର୍ସ ସାଇଟରେ ଟାଭେଲ ଅପଶନକୁ ଯିବାକୁ ପଡିବ, ସେଠାରେ ଗୁଗୁଲ ଫ୍ଲାଇଟ ଅପଶନକୁ ଯିବାକୁ ପଡିବ। ଏଠାକୁ ଯାଇ ଫିଲ୍ଟର ବ୍ୟତୀତ ଅନ୍ୟ ବୈଶିଷ୍ଟ୍ୟ ବ୍ୟବହାର କରି ଶସ୍ତା ଟିକେଟ ବୁକିଂ କରିହେବ। ଯାତ୍ରା କରିବାକୁ ଚାହୁଁଥିବା ଦିନର ତାରିଖ ଏବଂ ଗନ୍ତବ୍ୟ ସ୍ଥଳକୁ ଏଣ୍ଟ୍ରି କରି ନୋଟିଫିକେଶନ ଟର୍ନ ଅନ କରିବାକୁ ହେବ।

ଏହା ଦ୍ୱାରା କେବେ ଏବଂ କେଉଁ ମୂଲ୍ୟରେ ବିମାନ ଟିକେଟ ଉପଲବ୍ଧ ତାହା ବିଷୟରେନୋଟିଫିକେଶନମାଧ୍ୟମରେ ସୂଚନା ପାଇବାକୁ ସକ୍ଷମ ହେବେ। ଏହି ସାଇଟଗୁଡିକ ବ୍ୟତୀତ, ଆପଣ କାର୍ଡ ଅଫର ମାଧ୍ୟମରେ କିମ୍ବା ଅନ୍ୟ ଟ୍ରାଭେଲ ସାଇଟଗୁଡିକ ପରିଦର୍ଶନ କରି ଏୟାର ଟିକେଟ ବୁକ କରିହେବ ।

Share