ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଅଭିଯୁକ୍ତ ଗିରଫ

ବଲସକୁମ୍ପା,୧୭ା୧୧(ଡି.ଏନ.ଏ.): ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ଗୁରୁବାର ଖଜୁରିପଡା ପୋଲିସ ଜନୈକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲା ଚାରିଛକ ଥାନା ଆଡେଣୀଗଡ ଫାଣ୍ଡି ଅନ୍ତର୍ଗତ ମାଧପୁରର ବିଘ୍ନେଶ ବେହେରା।
ସୂଚନାନୁଯାୟୀ, ବିଘ୍ନେଶ ୨୦୧୬ରୁ ଖଜୁରିପଡା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ସମ୍ପର୍କ ରଖିଥିଲେ। ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ପରେ ସେ ଆଉ ସଂପୃକ୍ତ ଯୁବତୀଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଏ ନେଇ ପୀଡିତା ଯୁବତୀ ଖଜୁରିପଡା ଥାନାରେ ଏତଲା ଦେବାପରେ ପୋଲିସ ନଂ ୧୩୨/୨୨ ରୁଜୁ କରି ଅଭିଯୁକ୍ତ ବିଘ୍ନେଶଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଗେଲ୍ଲୀ କୁମାରୀ ସାହୁ ସୂଚନା ଦେଇଛନ୍ତି।

Share