ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବିଜ୍ଞାପନ ଦେଇ ଠକି ନେଇଥିଲେ ୨ ଲକ୍ଷ ଟଙ୍କା, ଜବତ କଲା ପୋଲିସ

କୋରାପୁଟ,୧୨ା୨(ଅମିତାଭ ବେହେରା): ହିଟାଚି ଏଟିଏମ୍‌ ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ମିଥ୍ୟା ବିଜ୍ଞାପନ ଦେଇ ଅନ୍‌ଲାଇନ୍‌ ମାଧ୍ୟମରେ ଲୁଟିନେଲେ ୨ ଲକ୍ଷ ଟଙ୍କା, ଠକ ସହ ୨ ଲକ୍ଷ ଟଙ୍କା ଓ ମୋବାଇଲ ଜବତ କରିଛି କୋରାପୁଟ ସାଇବର ପୋଲିସ। ପଶ୍ଚିମବଙ୍ଗର ମଳୟ ମିତ୍ର ନାମକ ଯୁବକ ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବୋଲି ଏକ ମିଥ୍ୟା ବିଜ୍ଞାପନ ଦେଇଥିଲା। ବିଜ୍ଞାପନଙ୍କୁ ଦେଖି କିଛି ବ୍ୟକ୍ତି ଯୁବକଙ୍କୁ ଫୋନ୍‌ କରିଥିଲେ। ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ସ୍ଥାନ ଓ ଲୋକଙ୍କୁ ଚି଼ହ୍ନଟ କରିବା ପାଇଁ ସେ କହିଥିଲା । ଏଟିଏମ୍‌ କାଉଣ୍ଟର ବସାଇବା ନିମନ୍ତେ ମାଲିକାନା ପାଇଁ ଅର୍ଥ ଦେବା ପାଇଁ ପ୍ରାର୍ଥୀମାନଙ୍କୁ କହୁଥିଲା। ଅନେକ ପ୍ରାର୍ଥୀଙ୍କଠାରୁ ସେ ଅନ୍‌ଲାଇନ୍‌ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ଟଙ୍କା ନେବା ପରେ ଆଉ ଧରା ଦେଉ ନ ଥିଲେ। ଧରା ନା ଦେବାରୁ କୋରାପୁଟ ବୋରିଗୁମ୍ମା ଅଞ୍ଚଳର ମାନସୀ ମିଶ୍ର ଠକାମୀର ଶିକାର ହେବା କଥା ଜାଣିବା ପରେ ସେ କୋରାପୁଟ ସାଇବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସାଇବର ଥାନାର ଗୋଟେ ଟିମ୍‌ ଉକ୍ତ ଯୁବକଙ୍କ ମୋବାଇଲକୁ ଟ୍ରାକ୍‌ କରି ପଶ୍ଚିମବଙ୍ଗରୁ ଧରିଥିଲେ। ଧରିବା ସମୟରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଓ ୩ଟି ମୋବାଇଲ ଜବତ କରିଛି। ଆଉ କିଏ ସବୁ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଏବେ ପୋଲିସ ଖୋଜୁଛି। ଏ ନେଇ ସୋମବାର ସ୍ଥାନୀୟ ଏସ୍‌ପି କାର୍ଯ୍ୟାଳୟ ସଭାଗୃହ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରୋବସନାରୀ ଆଇପିଏସ ପାର୍ଥ ଜଗଦୀଶ କାଶ୍ୟପ ଓ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନ ସୂଚନା ଦେଇଛନ୍ତି। ଠକେଇ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପାର୍ଥ ଜଗଦୀଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri