ଅନୁଗୋଳ ଅଫିସ, ୪ା୭: ଅନୁଗୋଳ ଜିଲା ନାଲ୍କୋରେ କାର୍ଯ୍ୟରତ ଜଣେ ସିଆଇଏସ୍ଏଫ୍ ଯବାନ ଆଇଫୋନ୍ କିଣିବାକୁ ଯାଇ ଲକ୍ଷେ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ ନେଇ ସମ୍ପୃକ୍ତ ଯବାନ ନାଲ୍କୋ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ନଂ. ୧୫୧/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅଭିଯୋଗରେ ଦର୍ଶାଯାଇଛି, ଗତ ୩୦ ତାରିଖରେ ସାମାଜିକ ଗଣମାଧ୍ୟମରେ ଏକ ଆଇ ଫୋନ୍ ଶସ୍ତାରେ ମିଳିବା ନେଇ ଅଫର ଆସିଥିଲା। ତାହାକୁ କିଣିବାକୁ ସମ୍ପୃକ୍ତ ଯବାନ ବିଜ୍ଞାପନରେ ଦିଆଯାଇଥିବା ନମ୍ବରରେ ଫୋନ୍ କରିଥିଲେ। ଠକ ଜଣକ ମହାରାଷ୍ଟ୍ର ନାଗପୁର ଆର୍ମିରେ କାର୍ଯ୍ୟରତ ଯବାନ ବୋଲି ପରିଚୟ ଦେଇ ଆର୍ମି ଫୋଷ୍ଟାଲରେ ପାର୍ସଲ ପାଇଁ ୨୬୫ ଟଙ୍କା ପଠାଇବାକୁ କହିଥିଲେ। ଠକଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଜାଣି ନ ପାରି ସିଆଇଏସ୍ଏଫ୍ ଯବାନ ଟଙ୍କା ପଠାଇ ଦେଇଥିଲେ। ପରଦିନ ସକ୍ୟୁରିଟି ବାବଦକୁ ଆଉ କିଛି ଟଙ୍କା ମଗାଯାଇଥିଲା। ଆର୍ମି ଲୋଗୋ ଥିବା ହ୍ବାଟ୍ସଆପ୍ରୁ ମେସେଜ ମଧ୍ୟ ଆସିଥିଲା। ତେବେ ଲୋଭରେ ସେ ୯୯ ହଜାର ୪୯୬ ଟଙ୍କା ପଠାଇବା ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ନାଲକୋ ଥାନାର ଦ୍ୱରାସ୍ଥ ହୋଇଥିବା ଜଣାପଡ଼ିଛି।

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ
ଅନୁଗୋଳ ଅଫିସ,୧୦ା୩(ମାନସ ବିଶ୍ୱାଳ): ଅନୁଗୋଳ ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ପୂର୍ବାହ୍ନରେ ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ...

ବରଯାତ୍ରୀଙ୍କ ରୋଷଣୀ ବାଣରେ ଜଳିଗଲା ୧୦ ବଖରା
ଅନୁଗୋଳ,୬।୩: ଅନୁଗୋଳ ଜିଲା ଆଠମଲ୍ଲିକ ଲୁହାପଙ୍କ ପଞ୍ଚାୟତ ତେନ୍ତୁଳିପଦର ଗାଁରେ ଗୁରୁବାର ରାତିରେ ଏକ ଅଘଟଣ ଘଟିଛି। ବରଯାତ୍ରୀଙ୍କ ରୋଷଣୀ ବାଣରେ ୧୦ ବଖରା ଘର...

ବିପୁଳ ପରିମାଣ ବିଦେଶୀ ମଦ ସହ ଲକ୍ଷାଧିକ ଟଙ୍କା ଜବତ: ୨ ଗିରିଫ
ବନ୍ତଳା,୫।୩: ଅନୁଗୋଳ ସ୍ପେଶାଲ ସ୍କ୍ବାଡ୍ ପକ୍ଷରୁ ଚଢ଼ାଉ କରି ୪୬.୮ ଲିଟର ବିଦେଶୀ ମଦ ସହ ୧ଲକ୍ଷ ୧୦ହଜାର ୭୨୫ଟଙ୍କା ଜବତ କରାଯାଇଛି। ମିଳିଥିବା ସୂଚନା...

ଅନ୍ୟ ଜାତିରେ ବିବାହ: ମୃତଦେହକୁ ମିଳିଲାନି କାନ୍ଧ
ବଇଣ୍ଡା, ୨୮ା୨(ପରିକ୍ଷିତ ସାହୁ):ରକ୍ତ ସମ୍ପର୍କ ଉପରେ ଭାରିପଡ଼ିଗଲା ଜାତିପ୍ରଥା। ସମାଜରୁ ବାସନ୍ଦ ଓ ଜରିମାନା ଭୟରେ ପାଖ ମାଡ଼ିଲେନି କେହି। ମୃତଦେହକୁ କାନ୍ଧ ଦେବା ତ...

ଅନୁଗୋଳରେ ହାତୀ ଆକ୍ରମଣରେ ଯୁବକ ମୃତ, ଆଠଗଡ଼ରେ ବିଦ୍ୟୁତ ଝଟକାରେ ଗଲା ଦନ୍ତା ଜୀବନ
ଭୁବନେଶ୍ୱର,୨୭।୨: ରାଜ୍ୟରେ ମଣିଷ ଏବଂ ବନ୍ୟପ୍ରାଣୀଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। କ୍ରମାଗତ ଭାବେ ମଣିଷମାନେ ଜଙ୍ଗଲ ନଷ୍ଟ କରି ଚାଲୁଥିବାରୁ ଫଳସ୍ୱରୂପ ଭୋକିଲା ହାତୀମାନେ...

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ଟ୍ୟୁଶନ ସାର୍ ଗିରଫ
ପାଲଲହଡ଼ା,୨୧।୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ସଦରମହକୁମାଠାରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ପଢ଼ୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା...

ଖୁଡ଼ୀ-ଝିଆରୀଙ୍କ ପାଟିରେ ସେଲୋଟେପ୍ ଲଗାଇ ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
ଅନୁଗୋଳ,୧୨ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବଅଁରପାଳ ଥାନା ଗଡ଼ସନ୍ଧି ପଞ୍ଚାୟତର ଭାଗବତପୁର ଗ୍ରାମରେ ମଙ୍ଗଳବାର ରାତିରେ ଖୁଡୀ ଓ ଝିଆରୀଙ୍କ ପାଟିରେ ସେଲଟେପ୍ ଲଗାଇ ତଣ୍ଟିରେ...

ଘର ଆଗରେ ବୁଲୁଥିଲେ ନାବାଳକ, ହଠାତ ବାଜିଲା ଗୁଳି, ପରେ…
ଅନୁଗୋଳ,୨।୧୨(ମାନସ ବିଶ୍ୱାଳ): ଘର ଆଗରେ ବୁଲୁଥିବାବେଳେ ନାବାଳକଙ୍କୁ ଗୁଳିମାଡ଼। ଏଭଳି ଅଭାବନୀୟ କାଣ୍ଡ ଘଟଛି ଅନୁଗୋଳ ନିଶା ଶିଳ୍ପାଞ୍ଚଳ ଥାନା ସାନ କେରଜଙ୍ଗ ଗାଁରେ।ନାବାଳକଙ୍କ ଜଂଘରେ...
Archives
