ନୂଆଦିଲ୍ଲୀ,୧।୧୦: ପାର୍କରେ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କୁ ଧରିଥିଲେ ଜଣେ ମହିଳା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭିଡିଓରେ ସକାଳୁ ସକାଳୁ ଜଣେ ବ୍ୟକ୍ତି ପାର୍କରେ ଜଣେ ଯୁବତୀଙ୍କ ସହ ବସି କଥା ହେଉଥିବା ବେଳେ ହଠାତ୍ ପହଞ୍ଚିଥିଲେ ସ୍ତ୍ରୀ। ଚିତ୍କାର କରି କହିଥିଲେ, ଆଚ୍ଛା ଏହି ଜଗିଂ ଚାଲିଛି। ବ୍ୟକ୍ତି ଜଣଙ୍କ ସ୍ତ୍ରୀକୁ ଦେଖିବା ପରେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ।
ଉକ୍ତ ବ୍ୟକ୍ତି ଜଣଙ୍କ ଦୈନିକ ଜଗିଂ ପାଇଁ ପାର୍କ ଆସୁଥିଲେ। କିନ୍ତୁ ତାଙ୍କ ଓଜନ ନ କମିବାରୁ ସ୍ତ୍ରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏଣୁ ଦିନେ ସକାଳୁ ସ୍ବାମୀଙ୍କ ପିଛା କରିବାକୁ ନିଷ୍ପତ୍ତି ନେଇଥିଲେ ସ୍ତ୍ରୀ। ଶେଷରେ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଧରି ନେଇଥିଲେ।