ଯବାନ ପରିଚୟ ଦେଇ ମହିଳା ଫରେଷ୍ଟଗାର୍ଡଙ୍କ ସହ ପ୍ରତାରଣା

ସୁନ୍ଦରଗଡ଼/ବଣାଇଁ, ୧୮।୭ (ଡି.ଏନ୍‌.ଏ./ସ୍ବ.ପ୍ର): ନିଜକୁ ସିଆର୍‌ପିଏଫ୍‌ ଯବାନ ପରିଚୟ ଦେଇ ସୁନ୍ଦରଗଡ଼ ଜିଲା ବଣାଇଁରେ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ନୟାଗଡ଼ ଜିଲା ଶରଣକୂଳରୁ ରବିବାର ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ କଳିଙ୍ଗ ଗାୈରବ ପରିଡା(୩୦)। ତାଙ୍କ ଘର ଯାଜପୁରରୋଡ ଅଞ୍ଚଳରେ।

ଅଭିଯୋଗ ମୁତାବକଳ, କଳିଙ୍ଗ ଗୌରବ ମହିଳା ଫରେଷ୍ଟ ଗାର୍ଡଙ୍କୁ ସିଆର୍‌ପିଏଫ୍‌ ଯବାନ ଭାବେ ଚାକିରୀ କରୁଥିବା ମିଥ୍ୟା ପରିଚୟ ଦେଇ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ। ମହିଳା ଫରେଷ୍ଟ ଗାର୍ଡ଼ଙ୍କ ଘରକୁ ବିଭିନ୍ନ ସମୟରେ ଆସି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ମହିଳା ଫରେଷ୍ଟ ଗାର୍ଡଙ୍କୁ ପ୍ରତିରଣା କରି ଘରୁ ସୁନାଗହଣା ଧରି ଚମ୍ପଟ ମାରିଥିଲେ। ଏନେଇ ଫରେଷ୍ଟଗାର୍ଡ ଜଣକ ବଣାଇ ଥାନାରେ ଗତ ୧୫ ତାରିଖରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୭୩/ ୨୦୨୧) ରୁଜୁ କରି ତଦନ୍ତ କରିଥିଲା।

Share