ଚାକିରି ଲୋଭ ଦେଖାଇ ଠକେଇ, ବାନ୍ଧିଲା ପୋଲିସ

ଭୁବନେଶ୍ୱର,୫।୬(ବ୍ୟୁରୋ): ବିଭିନ୍ନ ବଡ଼ବଡ଼ କମ୍ପାନୀରେ ଚାକିରି କରାଇ ଦେବାକୁ କହି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଞ୍ଚଳରେ। ଚାକିରି ଆଶାୟୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକାମୀ ଅଭିଯୋଗରେ ସାଇବର ଥାନା ପୋଲିସ ଜଣଙ୍କୁ ଗିରଫ କରିଛ। ସେ ହେଲେ ଢେଙ୍କାନାଳ ମୋଟଙ୍ଗାର ଦିଲ୍ଲୀପ କୁମାର ବେହେରା। ସେ ମଞ୍ଚେଶ୍ୱର ଥାନା ଇଞ୍ଝଣା ଗ୍ରାମରେ ରହୁଥିଲେ । ଦିଲ୍ଲୀପଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ପାସ୍‌ବୁକ୍‌, ନକଲି ନିଯୁକ୍ତିପତ୍ର ଓ ୩ଟି ମୋବାଇଲ ଫୋନ ଜବତ ହୋଇଛି ।

Share