ବାଉଁଶ ଢିରାରେ ଚେକ୍‌ଡ୍ୟାମ୍‌

କଣ୍ଟିପାଳ,୨୭ା୮ (ସୁଶାନ୍ତ କୁମାର ସାହୁ )ଢିପଜମିଗୁଡ଼ିକୁ ଚାଷ ଉପଯୋଗୀ କରିବା ପାଇଁ ସରକାରୀସ୍ତରରେ ଚେକ୍‌ଡ୍ୟାମ୍‌ ନିର୍ମାଣ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବର୍ଷା ସମୟରେ ନାଳଗୁଡ଼ିକରେ ପ୍ରବାହିତ ଜଳକୁ ଗଚ୍ଛିତ ରଖାଯାଇ ଜମିକୁ ଜଳସେଚନ କରାଯାଇଥାଏ। ମାତ୍ର କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଚେକ୍‌ ଡ୍ୟାମ୍‌ ନିର୍ମାଣର ୧୦ ଦିନରେ କାନ୍ଥ ଭାଙ୍ଗିଯାଇଥିବା ବେଳେ ଏବେ ଅନ୍ୟ ଏକ କାନ୍ଥକୁ ବାଉଁଶ ଢିରାରେ ରଖାଯାଇଛି। ପୁନର୍ବାର ଉକ୍ତ ଚେକ୍‌ଡ୍ୟାମ୍‌ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, କଣ୍ଟିପାଳ ପଞ୍ଚାୟତରେ କଣ୍ଟିପାଳ ଅଁଳାପାଳକୁ ଯିବା ରାସ୍ତାରେ ରହିଥିବା ଚାଷଜମିଗୁଡ଼ିକରେ ଜଳସେଚନର ବ୍ୟବସ୍ଥା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚେକ୍‌ ଡ୍ୟାମ୍‌ ନିର୍ମାଣ ହୋଇଥିଲା। ମାତ୍ର ନିର୍ମାଣ ହେବାର ୧୦ ଦିନ ମଧ୍ୟରେ ଚେକ୍‌ ଡ୍ୟାମ୍‌ର କିଛି ଭାଗ ଧସିଯାଇଥିଲା। ଠିକାଦାରଙ୍କ ସହ ସରକାରୀ ବାବୁମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ଜିଓଟ୍ୟାଗ୍‌ କରା ନ ଯାଇ ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଭାଙ୍ଗିଯାଇଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏ ନେଇ ୨୧ ଜୁଲାଇ ୨୦୨୩ରେ ଗଣମାଧ୍ୟମରେ ଖବର ମଧ୍ୟ ପ୍ରସାରଣ ହୋଇଥିଲା। ମାତ୍ର ବିନା ଜିଓଟ୍ୟାଗ୍‌ରେ କାର୍ଯ୍ୟ ହୋଇଥିବାରୁ ବିଲ୍‌ ପାସ୍‌ ହୋଇପାରିନାହିଁ। ଫଳରେ ଧସିଯାଇଥିବା ସ୍ଥାନ ମରାମତି ହୋଇ ନ ଥିବା ବେଳେ ଅନ୍ୟ ଏକ ସ୍ଥାନ ଧସିଯାଇଛି। ଉକ୍ତ ସ୍ଥାନରେ ବାଉଁଶ ଢିରା ଦେଇ ରଖାଯାଇଥିବା ଦେଖିବାକୁ ମିଳିଛି। ଏ ନେଇ କନିଷ୍ଠ ଯନ୍ତ୍ରୀ ଜିତମୋହନ ଟୁଡୁ କହିଛନ୍ତି, କାର୍ଯ୍ୟର ଜିଓଟ୍ୟାଗ୍‌ ନ ହୋଇ କାର୍ଯ୍ୟ ହୋଇଛି। ତେଣୁ ସେ ବିଷୟରେ କିଛି କହିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Gold Down: କମିଲା ସୁନାଦର! ଏବେ ସୁନା ଅଳଙ୍କାର ତିଆରି କଲେ GST-ମେକିଂ ଚାର୍ଜ ମିଶାଇ ଦେବାକୁ ପଡିବ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୧୫।୪: ଲଗାତାର ବୃଦ୍ଧି ପରେ ଆଜି ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ୧୫ ଏପ୍ରିଲରେ ସୁନା ଦର ୨୫୦ ଟଙ୍କା...

୧୬ ପିଲା…ପ୍ରେମିକଙ୍କ ପାଇଁ ବଡ଼ କାମ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୫।୪: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା କ୍ରିକେଟରୁ ବିରତି ନେଇ ଏବେ ତାଙ୍କ ଜନ୍ମସ୍ଥାନ ସାଙ୍ଗଲିରେ ଛୁଟି କାଟୁଛନ୍ତି। ଏହାର ଟିକିନିକି ଅପ୍‌ଡେଟ୍‌ ସେ...

ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା ଓ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ମଙ୍ଗଳବାର ଭାରତର ଜନସଂଖ୍ୟା ବିସ୍ଫୋରଣ...

ଚାଷୀଙ୍କ ଚେତାବନୀ ସମାବେଶ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣହୁଙ୍କାର

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଆହ୍ୱାନରେ ଆଜି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ...

କ’ଣ ସତରେ ମଣିଷଙ୍କୁ ପଥର କରିଦେବେ ଏଲିଅନ? ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଲିକ୍‌

ଆମ ଦୁନିଆ ବ୍ୟତୀତ ଆହୁରି ଅନେକ ଦୁନିଆ ଥାଇପାରେ। ଯାହା ପୂର୍ବରୁ ଅନେକ ଥର ଶୁଣିଛୁ ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ। ଅନେକ...

ଫାଟିଲା ଗ୍ୟାସ ଟାଙ୍କି: ଜଳିଗଲା…

ପୁରୀ,୧୫।୪: ପୁରୀ ଜିଲା କୃଷ୍ଣପ୍ରସାଦ ପଣାଯାତ୍ରା ବେଳେ ଅଘଟଣ ଘଟିଛି। ପଣାଯାତ୍ରା ପଡିଆରେ ୫ ଦୋକାନ ଜଳି ଯାଇଛି। ହଠାତ୍‌ ଗ୍ୟାସ ଟାଙ୍କି ଅଗ୍ନିକାଣ୍ଡ ଘଟିଛି।...

ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ...

କାଳ ବୈଶାଖୀ : ୩ ଘଣ୍ଟା ପାଇଁ ଏସବୁ ଜିଲାକୁ ସତର୍କ

ଭୁବନେଶ୍ୱର,୧୫।୪: ୧୨ ଜିଲାକୁ କାଳ ବୈଶାଖୀ ନେଇ ବର୍ଷା ସତର୍କତା ଜାରି କରାଯାଇଛି। ଏସବୁ ଜିଲା ଗୁଡ଼ିକ ହେଲା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image