ଚାଷୀଙ୍କ କାମରେ ଲାଗୁନି ଚେକ୍‌ଡ୍ୟାମ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪।୧: ବର୍ଷାର ଅନିୟମିତତା ଯୋଗୁ ରାଜ୍ୟରେ ଦେଖାଦେଉଥିବା କୃଷି ସମସ୍ୟାର ସମାଧାନ ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ(ଏମ୍‌ଆଇପି) କାର୍ଯ୍ୟକାରୀ କରୁଛନ୍ତି। ଅଣ ଜଳସେଚିତ ଅଞ୍ଚଳରେ ଆବଶ୍ୟକ ବର୍ଷାର ଅଭାବ ଯୋଗୁ କୃଷକର ମେରୁଦଣ୍ଡ ଦୋହଲି ଯାଉଛି। ଏହାକୁ ପ୍ରତିହତ କରିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିପୁଳ କୋଟି ଟଙ୍କାର ଅନୁଦାନ ଦେଇଚାଲିଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ଦୁର୍ନୀତିଖୋର ମନୋଭାବ ସାଙ୍ଗକୁ ତଦାରଖ ଦାୟିତ୍ୱରେ ଥିବା ଉଚ୍ଚକର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଜନାର ସଫଳତାରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଯାଜପୁର ଜିଲାର କୋରେଇ ବ୍ଲକରେ ନିର୍ମାଣ ଓ ମରାମତି ହେଉଥିବା ଚେକ୍‌ଡ୍ୟାମଗୁଡ଼ିକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହିସବୁ ଚେକ୍‌ଡ୍ୟାମ ନିର୍ମାଣ ଓ ମରାମତି କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କୋରେଇ ବ୍ଲକ ଅଧୀନରେ ଗତ ୫ ବର୍ଷ ମଧ୍ୟରେ ଏମ୍‌ଆଇପିଗୁଡ଼ିକର ମରାମତି ନିମନ୍ତେ ପ୍ରାୟ ୪.୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। କୋଲାର ଚେକ୍‌ଡ୍ୟାମ ମରାମତିରେ ୧.୧୩ ଲକ୍ଷ ଏବଂ ଅନ୍ଧାରୀ ଚେକ୍‌ଡ୍ୟାମ ୨ଥର ମରାମତି ନାମରେ ୪.୪୪ ଲକ୍ଷ, ତାଜପୁର ଚେକ୍‌ଡ୍ୟାମ ୨ଥର ମରାମତିରେ ୩.୧୧ ଲକ୍ଷ, ଜହ୍ନା ଏମ୍‌ଆଇପି ମରାମତି ଏବଂ ଫେବ୍ରିକେଶନ କାର୍ଯ୍ୟରେ ୯.୩୮ ଲକ୍ଷ, ବଡବନ୍ଧ ଉନ୍ନତୀକରଣ ଏବଂ ମରାମତି ପାଇଁ ୩ ଥରରେ ୨୩.୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୨ରେ ପଛିକୋଟ ପଞ୍ଚାୟତର ଆଇଚିପୁର ଏବଂ ଗୋଦରାପାଳ ଗ୍ରାମରେ ୨ ନୂଆ ଚେକଡ୍ୟାମ ନିର୍ମାଣରେ ୧.୧୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୂର୍ବରୁ ତଳଗଡ଼ ପଞ୍ଚାୟତର (ବନ୍ଦୀ) ଭଙ୍ଗାବନ୍ଧ ଏମ୍‌ଆଇପି ନିର୍ମାଣରେ ପାଖାପାଖି ୮୦ ଲକ୍ଷ ଟଙ୍କା ଓ ତୁଳତୀ ଏମ୍‌ଆଇପିରେ ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ବିଡମ୍ବନା ଯେ, ଉପରୋକ୍ତ ଅର୍ଥରେ ନିର୍ମାଣ ଓ ମରାମତି ହୋଇଥିବା ଚେକ୍‌ଡ୍ୟାମଗୁଡ଼ିକର ପାଣି ସ୍ଥାନୀୟ ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଉପଯୋଗୀ ହୋଇପାରୁ ନାହିଁ। ସାଧାରଣରେ ଅଭିଯୋଗ ହେଉଛି, ସୁବିଧା ସୁଯୋଗ ଦେଖି ଅଧିକାରୀମାନେ ଚେକ୍‌ଡ୍ୟାମଗୁଡ଼ିକର ଅନାବଶ୍ୟକ ମରାମତି ଦର୍ଶାଇ ଠିକାଦାରଙ୍କୁ ପୋଷିବା ସାର ହେଉଛି। ଏହିକ୍ରମରେ ସମ୍ପକ୍ତ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ବିପୁଳ ସରକାରୀ ଅର୍ଥ ହେରଫେର କରୁଥିବା ଅଭିଯୋଗ ହେଉଛି। ଏମ୍‌ଆଇପି ନିର୍ମାଣ ବା ମରାମତି ସମୟରେ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ କିମ୍ବା ବିଭାଗୀୟ କୌଣସି ବରିଷ୍ଠ ଅଧିକାରୀ ପରିଦର୍ଶନ ନ କରି ପ୍ରକଳ୍ପର ଯୋଜନା କରୁଛନ୍ତି। ଫଳରେ ପ୍ରକଳ୍ପଗୁଡ଼ିକ ଚାଷୀଙ୍କ କାମରେ ଲାଗିପାରୁନାହିଁ। ଏଭଳିଭାବେ ଉକ୍ତ ପ୍ରକଳ୍ପଗୁଡ଼ିକର ଅବସ୍ଥା ଯଥା ପୂର୍ବଂ ତଥା ପର ଭାବେ ପରିଗଣିତ ହୋଇଛି। ଖରିଫ ଋତୁରେ ମରୁଡି ଦାଉରୁ ରକ୍ଷା ପାଇବା ପାଇଁ ଆଶା କରୁଥିବା ଚାଷୀ ନିରାଶ ହେଉଛନ୍ତି। କେବଳ କାଗଜପତ୍ରରେ ଜଳସେଚିତ ଜମିର ପରିମାଣ ଦର୍ଶାଯାଇ ବାହୁସ୍ଫୁୁଟ ମାରୁଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଏମ୍‌ଆଇପି ଡିଭିଜନର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ସୋମବାର ସନ୍ଧ୍ୟାରେ ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନଥିଲେ। ହେଉଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ କରାଯିବାକୁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri