Categories: ବାଣିଜ୍ୟ

ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୭।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ନାଇମ (ଏନ୍‌ଆଇଇଏମ ଦି ଇନଷ୍ଟିଚ୍ୟୁଟ ଅଫ୍‌ ଇଭେଣ୍ଟ ମ୍ୟାନେଜମେଣ୍ଟ) ଭୁବନେଶ୍ୱରର ୭ମ ବାର୍ଷିକ ଉତ୍ସବ ତଥା ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଲଡିଂ ଆଣ୍ଡ ଅଦର କନ୍‌ଷ୍ଟ୍ରକଶନ ଓ୍ବାର୍କସ େଓଲଫେୟାର ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରୋହିତ ମାଥୁର, ୟୁବିଆନ ଅଲ୍ଲୀ, ପୁପିନ୍ଦର ସିଂହ ଏବଂ ଶିବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ନାଇମର ନିର୍ଦ୍ଦେଶକ ରଞ୍ଜିତ ସାହୁ ସମ୍ମିଳନୀର ଆଭିମୁଖ୍ୟ ସହ ପ୍ରତିଷ୍ଠାନର ସଫଳତା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ଅପରପକ୍ଷରେ ଇଭେଣ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କିଛି ଯୁବ ଉଦ୍ୟୋଗୀ ଓ ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନେ ସମ୍ମାନିତ ସହ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷର ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ବିଗତ ୭ ବର୍ଷ ହେବ ଅନୁଷ୍ଠାନ ଇଭେଣ୍ଟ ମ୍ୟାନେଜମେଣ୍ଟରେ ଡିପ୍ଲୋମା ଏବଂ ପିଜି ଡିପ୍ଲୋମା ବର୍ଗରେ ଶିକ୍ଷା ପ୍ରଦାନ କରୁଛି।

Share