Categories: ଜାତୀୟ

ଚିତା ଟ୍ରାକିଂ ଟିମ୍‌କୁ ଡକାୟତ ଭାବି ଆକ୍ରମଣ

ଶେଓପୁର, ୨୭ା୫: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ନିଖୋଜ ଥିବା ଏକ ମାଈ ଚିତାକୁ ଖୋଜିବା ପାଇଁ ଯାଇଥିବା ଟିମ୍‌କୁ ଶିବପୁରୀ ଜିଲାର କେତେଜଣ ସ୍ଥାନୀୟ ଲୋକ ଡକାୟତ ଭାବି ଆକ୍ରମଣ କରିଛନ୍ତି। ଏଥିରେ ଜଙ୍ଗଲ ବିଭାଗର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ସୁରକ୍ଷିତ ଅଞ୍ଚଳ ବାହାରକୁ ଚାଲିଯାଇଥିବା ଚିତା ‘ଆଶା’କୁ ଖୋଜିବା ପାଇଁ ଶୁକ୍ରବାର ଭୋର ସମୟରେ ୪ ଜଣିଆ ଟ୍ରାକିଂ ଟିମ୍‌ ପୋହରି ଅଞ୍ଚଳର ବୁରାଖେଡ଼ା ଗ୍ରାମ ନିକଟ ଜଙ୍ଗଲରେ ପହଞ୍ଚତ୍ଥିଲେ। ସେମାନଙ୍କୁ ସନ୍ଦେହ କରି ଗ୍ରାମବାସୀ ପିଛା କରିବା ସହ ବିଭିନ୍ନ ପ୍ରଶ୍ନ କରିଥିଲେ। ଚିତାବାଘକୁ ଖୋଜିବା ପାଇଁ ଆସିଥିବା କହିବା ସତ୍ତ୍ୱେ ଗ୍ରାମବାସୀ ସେମାନଙ୍କୁ ଡକାୟତ ଭାବି ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ବନ ବିଭାଗର ଏକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।

Share