ଭୋପାଳ,୨୯।୩ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଦେଶ ପାଇଁ ସବୁଠୁ ବଡ ଖୁସି ଖବର ଆସିଛି। ନାମିବ୍ୟାରୁ ଆସିଥିବା ସିଆୟା ନାମକ ଏକ ଚିତା ବାଘୁଣୀ ଚାରି ଶାବକଙ୍କୁ ଜନ୍ମ ଦେଇଛି। ସୂଚନା ଅନୁଯାୟୀ, ମା‘ ଚିତା ଏବଂ ଚାରି ଛୋଟ ଅତିଥି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
ଚିତା ସଂରକ୍ଷଣ ପ୍ରକଳ୍ପରେ ଜଡିତ ଅଧିକାରୀମାନେ ନୂତନ ଅତିଥିଙ୍କ ଆଗମନରେ ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ କୁନୋ ଜାତୀୟ ଉଦ୍ୟାନରେ ଥିବା ଚିତାମାନେ ସେମାନଙ୍କର ନୂତନ ପରିବେଶ ସହିତ ଭଲ ଭାବରେ ଖାପ ଖାଉଛନ୍ତି। ଭାରତର ବନ୍ୟଜନ୍ତୁ ଜନସଂଖ୍ୟାରେ ଚିତା ସଂଖ୍ୟାକୁ ବୃଦ୍ଧି କରାଇବା ପାଇଁ ଏହି ପାର୍କ ଏକ ଉପଯୁକ୍ତ ବାସସ୍ଥାନ ଭାବରେ ଉପଯୋଗୀ ହୋଇ ପାରିଛି।