Categories: ଜାତୀୟ

ଚିତା ବାଘୁଣୀ ଧାତ୍ରୀର ମୃତ୍ୟୁ..

ଭୋପାଳ,୨।୮ : ମଧ୍ୟପ୍ରଦେଶର ଶୋପୁର ଜିଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘଙ୍କୀ ମୃତ୍ୟୁ ଘଟଣା ବନ୍ଦ ହେବାର ନାମ ନେଉନାହିଁ। ବୁଧବାର  ଚିତା ବାଘୁଣୀ ଧାତ୍ରୀର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କିଛି ଦିନ ତଳେ, ଶୋପୁରର କୁନୋ ଜାତୀୟ ଉଦ୍ୟାନରେ ୬ଟି ଚିତା ଏବଂ ତିନି ଶାବକଙ୍କର ମୃତ୍ୟୁ ଘଟିଥିଲା।

କୁନୋ ଜାତୀୟ ଉଦ୍ୟାନ ପକ୍ଷରୁୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ସେଠାରେ ରଖାଯାଇଥିବା ସମସ୍ତ ୧୪ ଟି ଚିତା (ସାତ ଅଣ୍ଡିରା ଏବଂ ୬ ମାଈ ଏବଂ ଗୋଟିଏ ମାଈ ଶାବକ) ସୁସ୍ଥ ଅଛନ୍ତି। ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କୁନୋ ଏବଂ ନାମ୍ବିଆର ବିଶେଷଜ୍ଞ ତଥା ବନ୍ୟପ୍ରାଣୀ ଡାକ୍ତର ଦଳ ଦ୍ୱାରା କରାଯାଉଛି। ନାମ୍ବିଆର ବିଶେଷଜ୍ଞ ତଥା କୁନୋ ବନ୍ୟପ୍ରାଣୀ ଡାକ୍ତର ଏବଂ ପରିଚାଳନା ଦଳ କ୍ରମାଗତ ଭାବରେ ଏନକ୍ଲୋଜର ବାହାରେ ବୁଲୁଥିବା ଦୁଇ ମାଈ ଚିତାଙ୍କୁ ଅନୁସରଣ କରୁଥିଲେ।

ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ଏନକ୍ଲୋଜରକୁ ଫେରାଇ ଆଣିବା ପାଇଁ ନିରନ୍ତର ପ୍ରୟାସ କରାଯାଉଥିଲା। ସେମାନଙ୍କ ମଧ୍ୟରୁ ବୁଧବାର ସକାଳେ ଧାତ୍ରୀର ମୃତଦେହ ମିଳିଛି। ମୃତ୍ୟୁର କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ କରାଯାଉଛି। ଗତ ଚାରି ମାସ ମଧ୍ୟରେ କୁନୋ ଜାତୀୟ ଉଦ୍ୟାନରେ ନଅ ଚିତାଙ୍କର ମୃତ୍ୟୁ ହୋଇଛି। ଏଥିରେ ୬ ଚିତାବାଘ ଏବଂ ତିନିଟି ଛୁଆ ଅଛନ୍ତି।

Share