Categories: ଜାତୀୟ

ନାମିବିୟାରୁ ଆସିଥିବା ଚିତାର ମୃତ୍ୟୁ, ଦୀର୍ଘଦିନ ଧରି ଥିଲା ଅସୁସ୍ଥ

ଭୋପାଳ,୨୭।୩: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ସୋମବାର ଏକ ଚିତା ବାଘର ମୃତ୍ୟୁ ଘଟିଛି। ନାମିବିୟାରୁ ଆସିଥିବା ଏହି ଚିତା ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ଚିକିତ୍ସା ସତ୍ତ୍ୱେ ବୃକକ ବିଫଳତା ହେତୁ ସୋମବାର ସକାଳେ ଶସା ନାମ୍ନୀ ଚିତାର ମୃତ୍ୟୁ ହୋଇଛି।

ଗତ ବର୍ଷ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ପ୍ରଥମ ପର୍ଯ୍ୟାୟରେ ନାମିବିୟାରୁ ସ୍ବତନ୍ତ୍ର ବିମାନ ଯୋଗେ ୮ଟି ଚିତା ବାଘ ଭାରତ ଆସିଥିଲେ। ଏହା ପରେ ଗତ ଫେବୃୟାରୀରେ, ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଭାରତକୁ ଆସିଥିଲେ।

Share