ଚିତା ପ୍ରଜାତିର ବିଲେଇ ଛୁଆ ମୃତ

ବାରିପଦା ଅଫିସ/ଠାକୁରମୁଣ୍ଡା,୨୩ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କରଞ୍ଜିଆ ଡିଭିଜନ ଅଧୀନ ଦୁଧିଆଣି ରେଞ୍ଜ ବରମୁଣ୍ଡା ସେକ୍ସନ ବୁଢ଼ିଗଁା ବିଟ୍‌ ଅଞ୍ଚଳ ବନ୍ଧମୁଣ୍ଡା ସାହି ଜଙ୍ଗଲରୁ ଚିତା ପ୍ରଜାତିର ଏକ ବିଲେଇ ଛୁଆର ମୃତଦେହକୁ ବନବିଭାଗ ଜବତ କରିଛି। ଅତ୍ୟଧିକ ଶୀତ ଯୋଗୁ ଏହାର ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି। ଏହି ବିଲେଇ ଛୁଆ ୧୫/୨୦ଦିନ ତଳେ ଜନ୍ମ ହୋଇଥିବା ବନ ବିଭାଗ ସୂଚନା ଦେଇଛି। କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିିଛନ୍ତି।

Share