Categories: ଜାତୀୟ

ଚିତା ମୃତ୍ୟୁର କାରଣ ରେଡିଓ କଲାର

ଶେଓପୁର, ୧୬।୭: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସପ୍ତାହେ ମଧ୍ୟରେ ୨ ଚିତାଙ୍କ ମୃତ୍ୟୁ ସେପ୍ଟିସେମିଆ (ବ୍ୟାକ୍ଟେରିଆ ଯୋଗୁ ରକ୍ତ ବିଷାକ୍ତ ହେବା) କାରଣରୁ ହୋଇଛି। ସେମାନଙ୍କ ବେକରେ ଲଗାଯାଇଥିବା ରେଡିଓ କଲାର ଯୋଗୁ ବର୍ଷାଦିନେ ସେପ୍ଟିସେମିଆ ହୋଇଥିବା ଜଣେ ବିଶେଷଜ୍ଞ କହିଛନ୍ତି। ଗତ ମଙ୍ଗଳବାର ତେଜସ୍‌ ନାମକ ଅଣ୍ଡିରା ଚିତାର ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ସୂରଯ ପ୍ରାଣ ହରାଇଥିଲା। ଗତ ୪ ମାସ ମଧ୍ୟରେ କୁନୋ ଜଙ୍ଗଲରେ ଆଫ୍ରିକୀୟ ଚିତା ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚତ୍ଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶରୁ ଚିତା ଆଣିବା କାର୍ଯ୍ୟକ୍ରମକୁ ଶକ୍ତ ଧକ୍କା ଲାଗିଛି।

Share