‘ଚେହରେ’ରୁ ଚେହେରା ଗାଏବ

ବିଗ୍‌ ବି ଅମିତାଭ ବଚ୍ଚନ ଓ ଇମ୍ରାନ ହାସ୍‌ମୀଙ୍କ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ହେଲେ ଏଥିରେ ଅଭିନୟ କରିଥିବା ରିୟା ଚକ୍ରବର୍ତ୍ତୀଙ୍କ ଫଟୋ ନ ଥିବା ଦେଖିବାକୁ ମିଳିଛି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ମୁଖ୍ୟ ଅଭିଯୁକ୍ତ ଥିବାରୁ ଫିଲ୍ମକୁ ସୁଶାନ୍ତଙ୍କ ଫ୍ୟାନଙ୍କ ଆକ୍ରୋଶରୁ ଦୂରେଇ ରଖିବାକୁ ଏପରି କରାଯାଇଥିବା ଚର୍ଚ୍ଚା ହେଉଛି। କରୋନା ମହାମାରୀ କାରଣରୁ ‘ଚେହରେ’ର ସୁଟିଂ ବନ୍ଦ କରାଯାଇଥିଲା। ସେତେବେଳେ ରିଲିଜ ହୋଇଥିବା ପୋଷ୍ଟରରେ ମଧ୍ୟ ରିୟାଙ୍କୁ ବାଦ୍‌ ଦିଆଯାଇଥିଲା। ନୂଆ ପୋଷ୍ଟରକୁ ଇମ୍ରାନ ହାସ୍‌ମୀ ଟୁଇଟରରେ ଶେୟାର କରିଛନ୍ତି।

Share