ଚେଲ୍ଲାକୁମାର ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ

ଭୁବନେଶ୍ୱର ୧୧।୯(ବ୍ୟୁରୋ):ଓଡିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)ର ନୂଆ ପ୍ରଭାରୀ ଭାବେ ଚେଲ୍ଲାକୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଶୁକ୍ରବାର ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତାଙ୍କ ପୂର୍ବରୁ ଜିତେନ୍ଦ୍ର ସିଂହ ଓପିସିସିର ପ୍ରଭାରୀ ଥିଲେ। ୨୦୧୮ ମାର୍ଚ୍ଚ ୩୦ରେ ବି.କେ ହରିପ୍ରସାଦଙ୍କ ସ୍ଥାନରେ ଜିତେନ୍ଦ୍ର ସିଂହଙ୍କୁ ଓଡିଶା ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ଦେଢବର୍ଷ ପରେ ତାଙ୍କୁ ଓଡିଶା ଦାୟିତ୍ୱରୁ ହଟାଇ ଆସାମର ଏଆଇସିସି ସାଧାରଣ ସମ୍ପାଦ ଭାବେ ନିଯୁକ୍ତ କରାଯାଇଛି। ତାମିଲନାଡୁର ବରିଷ୍ଠ ନେତା ଚେଲ୍ଲାକୁମାର ଏବେ ଲୋକ ସଭା ଏମ୍‌ପି ଅଛନ୍ତି। ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁରର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି। ଅନ୍ୟପଟେ ଦଳ ସିଡବ୍ଲୁସିର ପୁନର୍ଗଠନ ହୋଇଛି। ଏଥର ସିଡବ୍ଲୁସିରୁ ରାମଚନ୍ଦ୍ର ଖୁଣ୍ଟିଆ ବାଦ୍‌ ପଡିଛନ୍ତି।

Share