Categories: ଜାତୀୟ

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ

ମୁମ୍ବାଇ,୨୯।୬: ମହାରାଷ୍ଟ୍ରର ତାରାପୁରରେ ଥିବା ଏକ ରାସାୟନିକ କାରଖାନାରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ମଧ୍ୟ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା କାର୍ଯ୍ୟ ଜାରି ରଖିଛନ୍ତି।

Share