ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର: ଜାତିସଂଘ ସୁରକ୍ଷା ପରିଷଦକୁ ସତର୍କ କଲା ଭାରତ

ଜେନେଭା,୬।୧: ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି। ଏନେଇ ଭାରତ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦକୁ ସତର୍କ କରାଯାଇଛି। ଏହା ବିରୋଧରେ ବିଶ୍ୱସ୍ତରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଜାତିସଂଘ ସୁରକ୍ଷା ପରିଷଦରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌.ତିରୁମୂର୍ତ୍ତି ଆହ୍ବାନ ଦେଇଛନ୍ତି। ସିରିଆରେ ଆତଙ୍କବାଦୀମାନେ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ନେଇ ଅନୁଷ୍ଠିତ ହୋଇଥିବା ଭର୍ଚୁଆଲ୍‌ ବୈଠକରେ ଭାରତ ପକ୍ଷରୁ ତିରୁମୂର୍ତ୍ତି ଏଭଳି କହିଛନ୍ତିିି। ଗତ ୧୦ ବର୍ଷ ଧରି ସିରିଆର ସ୍ଥିତି ସଙ୍କଟ ଜନକ ରହିଛି। ଲାଗି ରହିଥିବା ଗୃହଯୁଦ୍ଧ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଜୀବନ ଭୟରେ ଲୋକେ ଭିଟାମାଟି ଛାଡୁଛନ୍ତି। ଆତଙ୍କବାଦୀମାନେ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଘଟଣାକୁ ବୈଠକରେ ମିଳିତ ଭାବେ ନିନ୍ଦା କରାଯାଇଛି।

Share