Categories: ଜାତୀୟ

ପୁଲଓ୍ବାମା ଆକ୍ରମଣ ପାଇଁ ଆମାଜନରୁ ମଗାଯାଇଥିଲା ବିସ୍ଫୋରକ

ନୂଆଦିଲ୍ଲୀ,୨୧।୧୧: ୨୦୧୯ରେ ଜମ୍ମୁ-କଶ୍ମୀରର ପୁଲଓ୍ବାମା ଆମତ୍ଘାତୀ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଇ-କମର୍ସ ପୋର୍ଟାଲ ଆମାଜନ ଜରିଆରେ ଅଣାଯାଇଥିଲା। କନ୍‌ଫେଡେରେଶନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ପୁଲଓ୍ବାମା ଆକ୍ରମଣ ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ନିଜ ଆମାଜନ ଆକାଉଣ୍ଟରୁ ରାସାୟନିକ ସାମଗ୍ରୀ ମଗାଇଥିଲେ। ସେହି କେମିକାଲରେ ମାଧ୍ୟମରେ ସେ ଆଇଇଡି ତିଆରି କରିଥିଲେ।

ପ୍ରକାଶ ଯେ, ୨୦୧୯ ଫେବୃୟାରୀ ୧୪ରେ ପୁଲଓ୍ବାମାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆମତ୍ଘାତୀ ଆକ୍ରମଣ କରିଥିଲେ। ଏହି ବିସ୍ଫୋରଣରେ ୪୦ରୁ ଊର୍ଦ୍ଧ୍ୱ ଯବାନ ଶହୀଦ ହୋଇଥିଲେ। ୨୦୨୦ ମାର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣର ତଦନ୍ତ ରିପୋର୍ଟ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ସେଥିରେ ଦର୍ଶାଯାଇଥିଲା ଯେ, ବିସ୍ଫୋରଣ ଲାଗି ଭାରତରେ ନିଷିଦ୍ଧ ଆମୋନିୟମ୍‌ ନାଇଟ୍ରେଟ୍‌ ବ୍ୟବହୃତ ହୋଇଥିଲା। ଏହା ଆମାଜନ ଜରିଆରେ କିଣାଯାଇଥିଲା।

Share