Categories: ଜାତୀୟ

ବିଶ୍ୱର ଉଚ୍ଚତମ ଚେନାବ ବ୍ରିଜ୍‌

ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀରରେ ନିର୍ମାଣ ହେଉଥିବା ବିଶ୍ୱର ଉଚ୍ଚତମ ଚେନାବ ନଦୀ ବ୍ରିଜ୍‌ କାମ ଗୋଟିଏ ସପ୍ତାହ ମଧ୍ୟରେ ଶେଷ ହେବାକୁ ଯାଉଛି। ବ୍ରିଜ୍‌ର ଲମ୍ବ ୧.୩୧୫ କିଲୋମିଟର ହୋଇଥିବାବେଳେ ଏହାକୁ ନଦୀପତ୍ତନଠାରୁ ୩୫୯ ମିଟର ଉଚ୍ଚରେ ନିର୍ମାଣ କରାଯାଇଛି। ସୂଚନାଯୋଗ୍ୟ ପ୍ୟାରିସ୍‌ର ଇଫେଲ୍‌ ଟାଓ୍ବାରର ଉଚ୍ଚତାଠାରୁ ବ୍ରିଜ୍‌ର ଉଚ୍ଚତା ଅଧିକ ରହିଛି। ନିର୍ମାଣାଧୀନ ବ୍ରିଜ୍‌ଟି ରିୟାସି ଜିଲା ସଲାଲ-ଏ ରେଳ ଷ୍ଟେଶନ୍‌ରୁ ଦୁଗା ରେଳ ଷ୍ଟେଶନ୍‌କୁ ସଂଯୋଗ କରିବ । ଚେନାବ ନଦୀ ବ୍ରିଜ୍‌ ଜମ୍ମୁ-କଶ୍ମୀର ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଷ୍ଟିଲରେ ତିଆରି ହୋଇଥିବା ରେଳବ୍ରିଜ୍‌ରେ ମୋଟ ୯୩ ଗୋଟି ସେଗ୍‌ମେଣ୍ଟ ଥିବାବେଳେ ପ୍ରତ୍ୟେକ ସେଗ୍‌ମେଣ୍ଟର ଓଜନ ୮୫ ଟନ୍‌ ରହିଛି। ଉଦ୍ଧମପୁର-ଶ୍ରୀନଗର-ବାମୁଲା ରେଳ ଲିଙ୍କ୍‌ ପ୍ରୋଜେକ୍ଟ ଅଧୀନରେ ବିଶ୍ୱର ଉଚ୍ଚତମ ରେଳ ବ୍ରିଜ୍‌ ନିର୍ମାଣ କରାଯାଇଛି। ଏଥିରେ ମୋଟ ୩୦,୩୫୦ ଟନ୍‌ ଷ୍ଟିଲ୍‌ ବ୍ୟବହାର କରାଯାଇଛି। ଆଫକନ୍ସ ଇନ୍‌ଫ୍ରାଷ୍ଟ୍ରକ୍ଚର ଏଲ୍‌ଟିଡି ପକ୍ଷରୁ ନିର୍ମିତ ଏହି ବ୍ରିଜ୍‌ ପାଖରେ ୧୨୦ ଟନ୍‌ ଓଜନ ଧାରଣ କରିବାର କ୍ଷମତା ରହିଛି।

Share