Advertisement

ରାଜଧାନୀ ଏକ୍ସପ୍ରେସରୁ ହଠାତ୍‌ ବାହାରିଲା ଧୂଆଁ

ନୂଆଦିଲ୍ଲୀ,୯।୪: ଚେନ୍ନାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଧୂଆଁ କାରଣରୁ ଆନ୍ଧ୍ର ପ୍ରଦେଶର ନେଲ୍ଲୁର ଜିଲାରେ ରବିବାର ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ରବିବାର ଟ୍ରେନର ବି-୫ ଡବାରେ ଚକ ନିକଟରେ ଧୂଆଁ ବାହାରିଥିଲା। ଏହାକୁ ଦେଖିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଧୂଆଁ ବାହାରିବାରୁ ଟ୍ରେନକୁ କଓ୍ବାଲି ଷ୍ଟେଶନ ନିକଟରେ ପ୍ରାୟ ୨୦ ମିନିଟ ପାଇଁ ଅଟକାଇ ଦିଆଯାଇଥିଲା।

ଚେନ୍ନାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଧୂଅଁା ବାହାରିବା ପରେ ଏହାର ଯାଞ୍ଚ କରାଯାଇଥିଲା। ରେଲଓ୍ବେ ଅଧିକାରୀମାନେ କହିଛନ୍ତି ବ୍ରେକ ଜାମ କାରଣରୁ ଧୂଆଁ ବାହାରିଥିଲା। ସେ କହିଛନ୍ତି କି ଟ୍ରେନ ମରାମତି ପରେ ପୁଣି ଯାତ୍ରା କରିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share