ମୃତ୍ୟୁ ପୂର୍ବରୁ ନିଜର ଶୋକ ବାର୍ତ୍ତା ଲେଖି ଚର୍ଚ୍ଚାକୁ ଆସିଲେ ବ୍ୟକ୍ତି

ଚେନ୍ନାଇ,୧୯ ।୧୦: ଜୀବନ ତାକୁ କୁହାଯାଏ ଯେତେବେଳେ ଜଣେ କିଛି ଯୋଜନା ପ୍ର୍‌ସ୍ତୁତିରେ ବ୍ୟସ୍ତ ରହିଯାଏ । ଜନ ଲେନନଙ୍କ ଏହି ଉକ୍ତି ଚେନ୍ନାଇରେ ରହୁଥିବା ସେପ୍ଟୁନରିୟମ ଏଜ୍ଜି ଉମା ମହେଶଙ୍କର ବୋଲି ଏବେ କୁହାଯାଉଛି । ଗତ ଶୁକ୍ରବାର ୭୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ନିଜର ମୃତ୍ୟୁ ପୂର୍ବରୁ ସେ ତାଙ୍କର ଶୋକ ବାର୍ତ୍ତା ଲେଖି ଦେଇଥିଲେ । ଯାହା ଗଣମାଧ୍ୟମରେ ପ୍ରକାଶିତ ମଧ୍ୟ ହୋଇଛି । ଏବେ ଏହି ବାର୍ତ୍ତାକୁ ବହୁଳ ଭାବେ ସୋସିଆଲ ମିଡିଆରେ ଶେୟାର କରାଯାଉଛି । ଲୋକେ ଏହାକୁ ପଢି କାନ୍ଦୁଥିବା ବେଳେ ଫେସ୍‌ବୁକ ପାଇଁ ମଧ୍ୟ ସେ ତାଙ୍କର ଅଲଗା ଶୋକ ବାର୍ତ୍ତା ଲେଖିଥିବା ଜଣାପଡିଛି । ଯିଏ ଏଜ୍ଜିଙ୍କୁ ଜାଣିଛନ୍ତି ଅବା ନ ଜାଣିଛନ୍ତି ସମସ୍ତେ ତାଙ୍କ ଶୋକ ବର୍ତ୍ତାକୁ ଶେୟାର କରିବା ସହ ଜୀବନ ପ୍ରତି ଥିବା ତାଙ୍କର ଦୃଷ୍ଟିକୋଣର ପ୍ରଶଂସା କରିଛନ୍ତି । ତାଙ୍କ ଶୋକ ବାର୍ତ୍ତାରେ ସେ ତାଙ୍କର ପ୍ରିୟଜନ ଓ ଶତ୍ରୁଙ୍କୁ ମଧ୍ୟ ସାମିଲ କରିଛନ୍ତି । ଏମାନଙ୍କ ସହ ଜୀବନ କାଟିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ସବୁବେଳେ କହୁଥିଲେ ମୋ ପାର୍ଟି ଶେଷ ହୋଇଗଲାଣି ଆଉ ଯେଉଁମାନଙ୍କୁ ମୁଁ ପଛରେ ଛାଡି ଯାଉଛି ସେମାନଙ୍କ ପାଇଁ କିଛି ହ୍ୟାଙ୍ଗ ଓବର ନାହିଁ । ସମୟ ସମସ୍ତଙ୍କ ପାଇଁ ଭଲ ଆସିବ । ନିଜ ଜୀବନର ଆନନ୍ଦ ନିଅନ୍ତୁ ଓ ପାର୍ଟି ଜାରି ରଖନ୍ତୁ । ଯେମିତି ଲେନନ କହିଛନ୍ତି, ଜୀବନ ଆପଣଙ୍କ ସଙ୍ଗେ ଥିବ, ଯେତେବେଳେ ଆପଣ ଅନ୍ୟ ଯୋଜନା ତିଆରି କରୁଥିବେ । ଏଜ୍ଜି ଜଣେ ପୂର୍ବତନ କାର୍ ରାଲି ଡ୍ରାଇଭର ଥିଲେ । ସେ ତାଙ୍କ ଫେସବୁକରେ କାର ଓ ରେସିଂ ପ୍ରତି ଥିବା ତାଙ୍କର ଆଜୀବନ ଭଲପାଇବାକୁ ବ୍ୟକ୍ତ କରିଛନ୍ତି । ଶୋକ ବାର୍ତ୍ତାରେ ସେ ତାଙ୍କ ଅଙ୍ଗଦାନ ଓ ଶରୀର ଦାନ କରିବାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ।

Share