Categories: ଜାତୀୟ

ଉଚ୍ଛେଦକୁ ବିରୋଧ କରି ଦେହରେ ଲଗାଇଲେ ନିଆଁ

ଚେନ୍ନାଇ,୧୦।୫: ଚେନ୍ନାଇର ରାଜା ଅନ୍ନାମଲାଇ ପୁରମ୍‌ ଅଞ୍ଚଳରେ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଜଣେ ୫୮ ବର୍ଷୀୟ ବ୍ୟକ୍ତି ଦେହରେ ନିଆଁ ଲଗାଇ ଦେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସରକାର ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣାପରେ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି। ବ୍ୟକ୍ତି ଜଣକ ଦିର୍ଘ ଦିନ ହେଲା ଅଞ୍ଚଳରେ ରହୁଥିଲେ। ଜବରଦଖଲ ଉଚ୍ଛେଦ ଦ୍ୱାରା ତାଙ୍କ ପୁଅର ରୋଜଗାର ସାଙ୍ଗକୁ ନାତିର ପାଠ ପଢାରେ ବାଧାପ୍ରାପ୍ତ ହେବା ନେଇ ସେ ଚିନ୍ତିତ ଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନ୍ନାମଲାଇ ପୁରମ୍‌ରେ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ଏପରିକି ଉଚ୍ଛେଦରେ ପ୍ରଭାବିତ ପରିବାରକୁ ଘର ଯୋଗାଇ ଦିଆଯିବା ସହ ଏକ ନୂଆ ଆଇନ୍‌ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାନିଲ କହିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଜୀକୃତ ହୋଇଥିବା ଘର ସହର ବାହାରେ ହୋଇଥିବା ବେଳେ ଲୋକେ ରୋଜଗାର ପ୍ରଭାବିତ ହେବା ଆଶଙ୍କା କରି ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରୁଛନ୍ତି।

Share