Categories: ଜାତୀୟ

୭୪୦ ଟନ୍‌ ବାରୁଦ ଗଦାରେ ଚେନ୍ନାଇ: ସତର୍କ ସୂଚନା ଜାରି

ଚେନ୍ନାଇ, ୮।୮: ଲେବାନନ୍‌ର ବେରୁଟ୍‌ରେ ୨୭୫୦ ଟନ୍‌ ଏମୋନିୟମ୍‌ ନାଇଟ୍ରେଟ୍‌ର ବିସ୍ପୋରଣ ହେବା ପରେ ଏହାର ଛାତିଥରା ଦୃଶ୍ୟ ସାରା ପୃଥିବୀରେ ଚହଳ ସୃଷ୍ଟି କରିଛି। ଏପରିସ୍ଥଳେ ତାମିଲନାଡୁର ଚେନ୍ନାଇରେ ୭୪୦ ଟନ୍‌ ଏମୋନିୟମ୍‌ ନାଇଟ୍ରେଟ୍‌ ବାରୁଦ ଗଦା ହୋଇ ରହିଥିବା ରିପୋର୍ଟ ମିଳିଛି। ମନାଲିର ଫ୍ରେଟ୍‌ ଷ୍ଟେଶନରେ ଏହି ବାରୁଦ ୩୭ଟି କଣ୍ଟେନରରେ ବୋଝେଇ ରହିଥିବା କଷ୍ଟମ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସଲେମ୍‌ର ଏକ କମ୍ପାନୀରୁ ଏହା ୨୦୧୫ରେ ଜବତ ହୋଇଥିଲା। ବେରୁଟ୍‌ ବିସ୍ଫୋରଣ ପରେ ଏବେ ତାମିଲନାଡୁ ପୋଲିସ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ବନ୍ଦର ତଥା ଗୋଦାମରେ କେତେ ପରିମାଣର ବିସ୍ଫୋରକ ଗଚ୍ଛିତ ରହିଛି ତାହାର ହିସାବ ୪୮ ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Share