ଚେନ୍ନାଇ,୭।୧- ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ରୁ ବିଦା ହେବାକୁ ଯାଉଛନ୍ତି ଅଲରାଉଣ୍ଡର କେଦାର ଯାଦବ। ୨୦୨୧ ଆଇପିଏଲ ଲାଗି ହେବାକୁ ଥିବା ମିନି ଅକଶନ (ଖେଳାଳିଙ୍କ ନିଲାମ ପ୍ରକ୍ରିୟା) ପୂର୍ବରୁ କେଦାରଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ସିଏସ୍କେ। ଏ ନେଇ ଇନସାଇଡ୍ ସ୍ପୋଟର୍ସ ଓ୍ବେବସାଇଟ୍ରେ ତଥ୍ୟ ଉପଲବ୍ଧ ରହିଛି। ଏହି ଅଲରାଉଣ୍ଡରଙ୍କୁ ସିଏସ୍କେ ୭.୮ କୋଟି ଟଙ୍କାରେ କିଣିଥିଲା। ବିସିସିଆଇ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ଆଇପିଏଲ ଦଳଗୁଡ଼ିକ ଲାଗି ଟ୍ରେଡିଂ ଓ୍ବିନ୍ଡୋ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯଦ୍ଦ୍ବାରା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦଳ ଖେଳାଳିଙ୍କୁ ବିଦା କରିବା ସହ ଅକ୍ଶନ ପୂର୍ବରୁ ଦଳରେ ସାମିଲ କରିପାରିବେ।
ଉଲ୍ଲେଖଥାଉ କି, ୩୫ ବର୍ଷୀୟ କେଦାର ୨୦୨୦ ଆଇପିଏଲରେ ସଭିଙ୍କୁ ନିରାଶ କରିଥିଲେ। ଏହି କାରଣରୁ ହିଁ ୨୦୨୧ ଆଇପିଏଲ ଚୁକ୍ତି ହରାଇବାକୁ ପଡ଼ୁଛି। ପୂରା ସିଜନରେ ଗୋଟିଏ ହେଲେ ଛକା ମାରି ପାରି ନ ଥିଲେ କେଦାର। ତାଙ୍କ ବଦଳରେ ସିଏସ୍କେ ଭବିଷ୍ୟତ ପାଇଁ ଏକ ଫିଟ୍ ଖେଳାଳି ଖୋଜୁଥିବା ସିଏସ୍କେ ମ୍ୟାନେଜମେଣ୍ଟ ସୂତ୍ରରୁ ଜଣାପଡ଼ିଛି।