Categories: ଖେଳ

ବଳାତ୍କାର ପୀଡିତାଙ୍କ ପାଇଁ କାମ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟରଙ୍କ ସ୍ତ୍ରୀ

ଚେନ୍ନାଇ ସୁପର କିଙ୍ଗ୍ସର ଭେଟେରାନ ଖେଳାଳି ଫାଫ ଡୁ ପ୍ଲେସିସ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ଡୁ ପ୍ଲେସିଙ୍କ ସ୍ତ୍ରୀ ଇମାରି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଫାଫ ଡୁ ପ୍ଲେସିସ ଏବଂ ଇମାରି ୭ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୩ରେ ବିବାହ କରିଥିଲେ। ସେମାନଙ୍କର ପ୍ରଥମ ଝିଅର ନାମ ଏମିଲି ହୋଇଥିବାବେଳେ ଦ୍ୱିତୀୟ ଝିଅର ନାମ ଜୋଏ। ଇମାରି ଦକ୍ଷିଣ ଆଫ୍ରିକାର ରାଜନୈତିକ ଦଳ ଡେମୋକ୍ରାଟିକ ଆଲାଏନ୍ସର ଏମ୍‌ପି କ୍ୟାରିନଙ୍କ ଝିଅ। ସେ ଏକ ସ୍କିନ୍‌ ଟେକ୍ନୋଲୋଜି କମ୍ପାନୀରେ ମାର୍କେଟିଂ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରନ୍ତି। ଇମାରି ଫଟୋଗ୍ରାଫି ମଧ୍ୟ କରନ୍ତି। ସେ ନିଜର ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ପ୍ରସିଦ୍ଧ। ସେ କର୍କଟ ରୋଗ ପ୍ରତି ସଚେତନତା ସୃଷ୍ଟି କରନ୍ତି। ଏଥି ସହିତ, ସେ ଦକ୍ଷିଣ ଆଫ୍ରିକାର ବଳାତ୍କାର ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଏକ ସଂଗଠନ ସହିତ ମଧ୍ୟ ଜଡିତ। ଫାଫ୍‌ ଦକ୍ଷିଣ ଆପ୍ରିକାର ଜଣେ ଆଗଧାଡିର ବ୍ୟାଟ୍ସମ୍ୟାନ୍‌ ଭାବେ ଜଣାଶୁଣା।

Share