ରାଞ୍ଚି,୨୫।୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୨୧ ଆଇପିଏଲ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଏହାସହିତ ରାଞ୍ଚିରେ ଥିବା ତାଙ୍କ ଫାର୍ମ ହାଉସ୍ରେ ସମୟ ବିତାଉଛନ୍ତି। ପୂର୍ବରୁ ଫାର୍ମରେ ଚାଷ କରୁଥିବା ନଜର ଆସିଛନ୍ତି କିନ୍ତୁ ଏଥର ଟ୍ରାକ୍ଟର ସାହାଯ୍ୟ ତାଙ୍କୁ ହଳ କରୁଥିବା ଦେଖାଯାଇଛି। ଗତ ଅଗଷ୍ଟ ୧୫ରୁ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଥିବା ଧୋନୀ ଫାର୍ମରେ ସମ୍ପୂର୍ଣ୍ଣ ସମୟ ଦେବାକୁ ଯୋଜନା କରିଛନ୍ତି। ୪୩ ଏକର ଫାର୍ମ ହାଉସ୍ରେ ଧୋନୀ ଲିଚୁ, ଟମାଟର, ବ୍ରୋକଲି, ଅମୃତଭଣ୍ଡା ଆଦି ଫସଲ କରିଛନ୍ତି। ଚାଷ କରିବା ବ୍ୟତୀତ ନିଜ ଫାର୍ମରେ ପଶୁପାଳନ ମଧ୍ୟ କରନ୍ତି। ତାଙ୍କ ଫାର୍ମ ହାଉସ୍ରେ ସେ ୭୫ଟି ଗାଈ ପାଳିଛନ୍ତି। ଏହାଛଡା କୁକୁଡା ପାଳନ ଉପରେ ମଧ୍ୟ ସେ ଜୋର ଦେଇଛନ୍ତି। ଏବେ ଧୋନୀଙ୍କ ଫାର୍ମ ହାଉସ୍ରେ ଅମଳ କରାଯାଉଥିବା ଫସଲ ବଜାରରେ ମିଳୁଛି। କେବଳ ଭାରତରେ ନୁହେଁ ତାଙ୍କ ପରିବା ବିଦେଶକୁ ମଧ୍ୟ ରପ୍ତାନୀ କରାଉଛି।
View this post on Instagram