ନୂଆଦିଲ୍ଲୀ,୮।୯: ଆସନ୍ତା ୧୯ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଆଇପିଏଲ୍ ୨୦୨୦। ଏହାପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଭ୍ୟାସ ଜାରି କରିଛନ୍ତି। ତେବେ ଧୋନୀଙ୍କ ଓ୍ବିକେଟ୍କିପିଂକୁ ନେଇ ଭାରତୀୟ ଟିମ୍ର ପୂର୍ବ ଅଲରାଉଣ୍ଡର ଇରଫାନ ପଠାନ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପୂର୍ବରୁ ଇରଫାନ ତାଙ୍କୁ ଏଭଳି ଅଭ୍ୟାସ କରୁଥିବା ଦେଖି ନ ଥିବା କହିଛନ୍ତି।
ଷ୍ଟାର ସ୍ପୋଟ୍ସର ଏକ ଶୋ’ରେ ଇରଫାନ କହିଛନ୍ତି, ମୁଁ ଧୋନୀଙ୍କ ସହ ଅନେକ ବର୍ଷ ଧରି କ୍ରିକେଟ ଖେଳି ଆସୁଛି। ଭାରତୀୟ ଦଳ ସହ ସିଏସ୍କେ ପାଇଁ ଖେଳିଛି। ହେଲେ ତାଙ୍କୁ କେବେ ଓ୍ବିକେଟକିପିଂ ପାଇଁ ଅଭ୍ୟାସ କରୁଥିବା ଦେଖିନାହିଁ। ଅଧିକ ସମୟ ଧରି କ୍ରିକେଟରୁ ଦୂରେଇ ଯିବା କାରଣରୁ ଧୋନୀ ଏଭଳି କରୁଥାଇପାରନ୍ତି। ନଚେତ ଦଳରେ କିଛି ସ୍ପିନର ଅଛନ୍ତି। ସେମାନେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଧୋନୀ ଦେଖୁଥାଇପାରନ୍ତି। ସେ ଯାହାବି ହେଉ ନା କାହିଁକି ଧୋନୀ ଓ୍ବିକେଟକିପିଂର ଅଭ୍ୟାସ କରୁଥିବା ଦେଖି ଖୁସି ଲାଗିଲା ବୋଲି ସେ କହିଛନ୍ତି।