ମୁମ୍ବାଇ,୧୩।୪: ଚଳିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ବିପକ୍ଷରେ ୪୮ ରନ୍ର ଇନିଂସ ଖେଳିଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)ର ପୂର୍ବ ଅଧିନାୟକ ବିରାଟ କୋହଲି। ଏଣୁ ମଙ୍ଗଳବାର ଚେନ୍ନାଇ ବିପକ୍ଷ ମ୍ୟାଚ୍ରେ ସେ ବଡ଼ ସ୍କୋର କରିବେ ବୋଲି ଆଶା କରାଯାଉଥିଲା। ହେଲେ ମାତ୍ର ୧ ରନ୍ କରି ମୁକେଶ ଚୌଧୁରୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଏହି ବଡ଼ ଉଇକେଟ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସିଏସ୍କେର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ସେ ନିଜର ଅଭିଜ୍ଞତା ଆଧାରରେ ସ୍ବତନ୍ତ୍ର ଫିଲ୍ଡିଂ ସେଟ୍ଅପ୍ କରିଥିଲେ।
ଆର୍ସିବି ପାଳିର ତୃତୀୟ ଓଭରରେ ଅଧିନାୟକ ଫାଫ୍ ଡୁପ୍ଲେିସିସ୍ଙ୍କ ଉଇକେଟ ଯିବା ପରେ କୋହଲି ବ୍ୟାଟିଂ ପାଇଁ ଆସିଥିଲେ। ହେଲେ ତାଙ୍କ ପାଇଁ ଧୋନୀ ଖେଳାଳିମାନଙ୍କୁ ସ୍ବତନ୍ତ୍ର ଭାବେ ସ୍ଥାନ ଦେଇଥିଲେ। କୋହଲିଙ୍କ ଉଇକେଟ ନେବା ତାଙ୍କ ଲକ୍ଷ୍ୟ ଥିଲା। ତେବେ ଧୋନୀ ଯେଉଁଭଳି ଚାହୁଁଥିଲେ, ୫ମ ଓଭରରେ ତାହା ହିଁ ହୋଇଥିଲା। ବିରାଟ ତାଙ୍କ ଜାଲରେ ଫସି ଯାଇଥିଲେ। ଏବେ ଏହାର ଭିଡିଓ ବେଶ ଭାଇରାଲ ହେଉଛି।
ଦେଖନ୍ତୁ:
Dhoni set field for Kohli and traps him 😍 #IPL2022 #CSKvsRCB #MSDhoni pic.twitter.com/cYKUG270qX
— Ranjeet – Wear Mask😷 (@ranjeetsaini7) April 12, 2022