Categories: ଖେଳ

ଟସ୍‌ ଜିତିଲା ଚେନ୍ନାଇ

ଚେନ୍ନାଇ,୨୧।୪: ଚେନ୍ନାଇ ସ୍ଥିତ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍‌ର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଏଦେନ ମାରକ୍ରମଙ୍କ ନେତୃତ୍ୱଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ।

ସୂଚନାଯୋଗ୍ୟ, ଚେନ୍ନାଇ ୫ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ୫ଟି ମ୍ୟାଚ୍‌ ଖେଳି ୨ଟି ବିଜୟୀ ହୋଇ ଟେବୁଲର ନବମ ସ୍ଥାନରେ ରହିଛି। ହେଲେ ଏହି ମହାମୁକାବିଲାରେ ହାଇଦ୍ରାବାଦ ମ୍ୟାଚ୍‌ ଜିତି ଆଗକୁ ବଢିବାର ଆଶ ରଖିଥିବା ବେଳେ ଚେନ୍ନାଇ ମ୍ୟାଚ ଜିତି ଶିର୍ଷରେ ପହଞ୍ଚିବାକୁ ଉଦ୍ୟମ କରିବ।

ଚେନ୍ନାଇ ସୁପର କିଙ୍ଗ୍ସ: ରୁତୁରାଜ ଗାଇକୱାଡ୍‌, ଡିଭନ କନୱେ, ଅଜିଙ୍କ୍ୟ ରାହାନେ, ଶିବମ୍‌ ଦୁବେ, ମୋଏନ୍‌ ଅଲି, ରବିନ୍ଦ୍ର ଜାଡେଜା, ଏମ୍‌.ଏସ୍‌ ଧୋନୀ (ଅଧିନାୟକ), ମହେଶ ଥାକଶାନା, ତୁଶର ଦେଶପାଣ୍ଡେ, ଆକାଶ ସିଂ, ମାଥେଶା ପୃଥୀରାନା

ସନ୍‌ରାଇଜର୍ସ ହାଇଦ୍ରାବାଦ: ହ୍ୟାରି ବ୍ରୁକ, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଏଦେନ ମାରକ୍ରମ(ଅଧିନାୟକ), ହେନ୍ରିଚ କ୍ଲାସେନ (ଉଇକେଟ କିପର), ଅଭିଷେକ ଶର୍ମା, ୱାଶିଂଟନ ସୁନ୍ଦର, ମାର୍କୋ ଜାନସେନ, ଭୁବନେଶ୍ୱର କୁମାର, ମାୟାନକ ମାର୍କାଣ୍ଡେ, ଉମରନ୍‌ ମଲିକ

Share