ଆବୁଧାବି, ୧୯।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହୋଇଯାଇଛି। ଉଦ୍ଘାଟନୀ ମୁକାବିଲରେ ଗତଥରର ରନର୍ସଅପ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ଟସ୍ ଜିତିଛି। ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟସ୍ ହାରିଥିଲେ ମଧ୍ୟ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଛି।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡିକକ୍ (ଉଇକେଟ୍କିପର), ସୂର୍ଯ୍ୟକୁମାର ଯାଦବ, ସୌରଭ ତିଓ୍ବାରୀ, କ୍ରୁନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, ଜେମ୍ସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ୍ ବୁମ୍ରା।
ଚେନ୍ନାଇ ସୁପର୍ କିଙ୍ଗ୍ସ: ମୂରଲୀ ବିଜୟ, ଶେନ୍ ଓ୍ବାଟସନ, ଫାଫ୍ ଡୁ ପ୍ଲେସିସ, ଅମ୍ବାତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ୍କିପର), ରବୀନ୍ଦ୍ର ଜାଡେଜା, ସାମ୍ କୁରାନ, ଦୀପକ ଚହର, ପିୟୂଷ ଚାଓ୍ବଲା ଓ ଲୁନ୍ଗୀ ଏନ୍ଗିଡି।