Categories: ଖେଳ

କୋଲକାତାକୁ ହରାଇ ଶୀର୍ଷରେ ଚେନ୍ନାଇ

କୋଲକାତା,୨୩ା୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ରବିବାର ଖେଳାଯାଇଥିବା ଆଇପିଏଲ୍‌ର ୩୩ ତମ ହାଇସ୍କୋରିଂ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୪୯ ରନ୍‌ରେ ବିଜୟୀ ହୋଇଛି। ଏହି ବୃହତ ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି।

ଚେନ୍ନାଇ ୭ ମ୍ୟାଚରୁ ୫ମ୍ୟାଚ୍‌ରେ ବିଜୟୀ ହୋଇ ୧୦ ପଏଣ୍ଟ ପାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଡେଭନ୍‌ କନ୍‌ଓ୍ବେ, ଅଜିଙ୍କ୍ୟ ରାହାନେ ଓ ଶିବମ୍‌ ଦୁବେଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୪ ଉଇକେଟ ହରାଇ ୨୩୫ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଜାସନ୍‌ ରୟ ଓ ରିଙ୍କୁ ସିଂ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ୨୦ ଓଭରରେ ୮ ଉଇକେଟ ହରାଇ ୧୮୬ ରନ୍‌ କରି ପରାଜିତ ହୋଇଛି।

Share