Categories: ଖେଳ

କିଟ୍‌ ବିଶ୍ୱବିଦ୍ୟାଳୟରେ ଚେସ୍‌ ଟ୍ରେନର୍ସ ସେମିନାର

ଭୁବନେଶ୍ୱର,୧୦ା୬,(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟସ୍ଥିତ ବିଶ୍ୱନାଥନ ଆନନ୍ଦ ଇଣ୍ଟରନ୍ୟାଶନାଲ ଚେସ୍‌ ହଲ୍‌ଠାରେ ପ୍ରଥମ ଥର ଏକ ଚେସ୍‌ ଟ୍ରେନର ସେମିନାର ଅନୁଷ୍ଠିତ ହୋଇଯାଇଛି। ଫିଡେ ଚେସ୍‌ର ଏଜୁକେଶନ କମିଶନ ଚେୟାରମ୍ୟାନ ଜେରି ଡଗ୍‌ଲାସ ନାଶ୍‌ଙ୍କ ଦ୍ୱାରା ଏହା ପରିଚାଳିତ ହୋଇଥିଲା। ଏହି ଅବସରରେ ସେ ମେଗା ସେମିନାରରେ ଭାଗ ନେଇଥିବା କୋଚ୍‌, ଖେଳାଳି, ଆର୍ବିଟର ଓ ଜିଲା ପ୍ରତିନିଧି ଏବଂ ଓଡ଼ିଶାର ସ୍ବୀକୃତିପ୍ରାପ୍ତ ୟୁନିଟ୍‌ଗୁଡ଼ିକର ପ୍ରାୟ ୧୦୦ ପ୍ରତିନିଧିଙ୍କୁ ଉଦ୍‌ବୋଧନ ଦେଇଥିଲେ। ପ୍ରାକ୍ଟିକାଲ ଟ୍ରେନିଂ ବ୍ୟତୀତ ଲେକଚର, ଟେକ୍‌ନିକାଲ ସେସନ ଏବଂ ଅଂଶଗ୍ରହଣକାରୀଙ୍କ ସହ ବାର୍ତ୍ତାଳାପ ଜରିଆରେ କେସ୍‌ ଷ୍ଟଡି କରାଯାଇଥିଲ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମିନାରରେ ମୁଖ୍ୟଅତିଥି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଓସିଏ ସଭାପତି ଜି. ସି. ମହାପାତ୍ର, ଏଆଇସିଏଫ୍‌ ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଆଇଏମ୍‌ ଶେଖର ଚନ୍ଦ୍ର ସାହୁ ଓ ଜେରି ଡଗ୍‌ଲାସ ନାଶ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ସେମିନାରର ସଫଳ ଆୟୋଜନ ପାଇଁ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

Share