Categories: ଜାତୀୟ

ରନଓ୍ବେରେ ଚେତକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ…

କୋଚି,୪।୧୧: ଶନିବାର କେରଳର କୋଚିସ୍ଥିତ ନାଭାଲ ଏୟାର ଷ୍ଟେଶନ ଆଇଏନଏସ ଗରୁଡର ରନୱେରେ ଏକ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ନିୟମିତ ଟ୍ରେନିଂ ଡ୍ରିଲ ସମୟରେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ପ୍ରକାଶ ଦୁର୍ଘଟଣା ସମୟରେ ହେଲିକପ୍ଟରରେ ଦୁଇଜଣ କ୍ରୁ ସଦସ୍ୟ ଥିଲେ।
କୁହାଯାଉଛି ଦୁର୍ଘଟଣା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ଭାରତୀୟ ନୌସେନା ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ଦୁର୍ଘଟଣାର କାରଣ ଅନୁସନ୍ଧାନ ପାଇଁ ଏକ ବୋର୍ଡ ଅଫ ଇନକ୍ୱାରୀ ଗଠନ ବିଷୟରେ କୁହାଯାଇଛି।

Share