Categories: ଖେଳ

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୭: ଭାରତୀୟ ଦ୍ରୁତ ବୋଲର ଚେତନ ସାକରିଆ ବିବାହ କରିଛନ୍ତି। ଚେତନଙ୍କ ବିବାହ ଫଟୋ ଭାଇରାଲ ହୋଇଛି। ଚେତନଙ୍କ ସ୍ତ୍ରୀଙ୍କ ନାମ ମେଘନା ଜାମ୍ବୁଚା।
ଚେତନ ଆଇପିଏଲରେ ଚେତନ କୋଲକାତା ନାଇଟ ରାଇଡର୍ସର ଏକ ଅଂଶ ଥିଲେ। ସେ ସିଜନରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇ ନ ଥିଲେ। ଏହାପୂର୍ବରୁ ଚେତନ ୨୦୨୩ ଆଇପିଏଲରେ ମାତ୍ର ଦୁଇଟି ମ୍ୟାଚ ଖେଳିଥିଲେ। ଏଥିରେ ସେ ୩ ୱିକେଟ ନେଇଥିଲେ।
ସୂଚନାଯୋଗ୍ୟ, ଚେତନ ଭାରତୀୟ କ୍ରିକେଟ ଦଳ ପାଇଁ ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟ ଖେଳିଛନ୍ତି। ସେ ଏପର୍ଯ୍ୟନ୍ତ ଗୋଟିଏ ଦିନିକିଆ ଏବଂ ୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।

Share