Categories: ଖେଳ

୪ ବର୍ଷ ପରେ କ୍ୟାରିୟରର ଦ୍ରୁତତମ ଶତକ ମାରିଲେ ପୂଜାରା

ଚଟ୍ଟଗ୍ରାମ,୧୬।୧୨:ବାଲାଂଦେଶ ବିପକ୍ଷ ଚଟ୍ଟଗ୍ରାମ ଟେଷ୍ଟରେ ଭାରତୀୟ ଟିମ୍‌ର ଉପଅଧିନାୟକ ଚେତେଶ୍ୱର ପୂଜାରା ବିରୋଧୀ ଟିମ୍‌ର ବୋଲର୍‌ଙ୍କୁ ଘାଇଲା କରିଛନ୍ତି। ସେ ବିସ୍ଫୋରକ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ସବୁଠାରୁ ଦ୍ରୁତତମ ଶତକ ମାରିଛନ୍ତି। ପ୍ରାୟ ୪ ବର୍ଷ ପରେ ପୂଜାରା ୧୩୦ ବଲ୍‌ରେ ନିଜ କ୍ୟାରିୟରର ୧୯ତମ ଶତକ ମାରିଛନ୍ତି। ଏହି ଇନିଂସରେ ସେ ୧୩ ଚୌକା ମାରିଛନ୍ତି।

ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ କେ.ଏଲ୍‌ ରାହୁଲ ଆଉଟ୍‌ ହେବା ପରେ ପୂଜାରା ମଇଦାନକୁ ଓହ୍ଲାଇଥିଲେ। ସେ ପ୍ରଥମେ ଶୁଭମନ ଗିଲଙ୍କ ସହ ମିଶି ଦ୍ୱିତୀୟ ଉଇକେଟ ଲାଗି ଶତକୀୟ ଭାଗିଦାରୀ କରିଥିଲେ। ପରେ ଗିଲ ୧୧୦ କରି ଉଇକେଟ ହରାଇବା ପରେ ପୂଜାରା ବିରାଟଙ୍କ ସହ ମିଶି ପ୍ରଥମେ ଅର୍ଦ୍ଧଶତକ ଏବଂ ପରେ ୧୩୦ ବଲ୍‌ରେ ନିଜର ଶତକ ପୂରଣ କରିଥିଲେ।

ଟେଷ୍ଟ କ୍ରିକେଟରେ ପ୍ରାୟ ୪ ବର୍ଷ ପରେ ପୂଜାରା ଶତକ ମାରିବାରେ ସଫଳ ହୋଇଛନ୍ତି। ସେ ୨୦୧୯ ଜାନୁୟାରୀ ୩ରେ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୯୩ ରନ୍‌ର ଇନିଂସ ଖେଳିଥିଲେ। ସେବେଠାରୁ ସେ ଶତକ ମାରି ନ ଥିଲେ। ଏବେ ସେ ୧୪୪୩ ଦିନ ପରେ କ୍ୟାରିୟରର ସବୁଠାରୁ ଦ୍ରୁତ ଶତକ ମାରିଛନ୍ତି।

Share