ଭୁବନେଶ୍ୱର,୨୦ା୧୧(ବ୍ୟୁରୋ): ପରମ୍ପରା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଛାଡ଼ଖାଇ ପାଳନ କରାଯାଇଥାଏ। ମାତ୍ର କାଲି ଶନିବାର ଥିବାରୁ ଅଧିକାଂଶ ଲୋକ ଆମିଷ ଖାଇ ନ ଥାନ୍ତି। ତେଣୁ ଆଜି ପାଳନ କରୁଛନ୍ତି ଛାଡ଼ଖାଇ। ଏନେଇ ଆମିଷ ଦୋକାନରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଛି।
ବଡି ଭୋର୍ରୁ ମାଛ, ମାଂସ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାର ଖାସି ମାଂସ କିଲୋ ପ୍ରତି ୭୫୦ ଟଙ୍କା ଥିବାବେଳେ ମାଛ ୧୬୦ରୁ ୨୦୦ ଥିଲା। ସେହିପରି ଚିଙ୍ଗୁଡ଼ି ୪୦୦ ଟଙ୍କାରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଦାମ୍ ଅଧିକ ଥିଲେ ବି ମାସେ ହେଲା ଆମିଷ ଖାଇ ନ ଥିବା ଲୋକେ ଆଜି ମାଛ, ମାଂସ କିଣି ନେଉଛନ୍ତି।