Categories: ଜାତୀୟ

ଛଟ୍‌ ପୂର୍ବରୁ ପୁଣି ଥରେ ପ୍ରଦୂଷିତ ହେଲା ଯମୁନା ନଦୀ

ନୂଆଦିଲ୍ଲୀ,୨୭।୧୦: ଦୀପାବଳି ପରେ ଏବେ ଛଟ୍‌ ପର୍ବକୁ ନେଇ ଚାରିଆଡ଼େ ପ୍ରସ୍ତୁତି ଜୋରଦାର ଚାଲିଛି। ଶୁକ୍ରବାରଠାରୁ ଏହି ପର୍ବ ଆରମ୍ଭ ହେବାକୁ ଯାଉଛି। ଚାରି ଦିନ ଧରି ଚାଲିବାକୁ ଥିବା ଏହି ପର୍ବ ପୂର୍ବରୁ ଯମୁନା ନଦୀ ପୁଣିଥରେ ପ୍ରଦୂଷିତ ହୋଇଛି। ଯାହାକୁ ନେଇ ଏବେ ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି। ଗୁରୁବାର ଦିିଲ୍ଲୀର କାଳିନ୍ଦୀ କୁଞ୍ଜ ନିକଟସ୍ଥ ଯମୁନା ନଦୀରେ ବିଷାକ୍ତ ଧଳା ଫେଣ ନଜର ଆସିଛି। ନଦୀର ସବୁ ସ୍ଥାନରେ ଏହି ଫେଣ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ବିଷାକ୍ତ ଫେଣ ଯୋଗୁ ଯମୁନାରେ ପ୍ରଦୂଷଣର ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଛଟ୍‌ ପୂଜା ସମୟରେ ବହୁ ସଂଖ୍ୟକ ଲୋକ ଯମୁନା ଘାଟକୁ ଆସିଥାନ୍ତି। ଏଠାରେ ଲୋକମାନେ ସୂର୍ଯ୍ୟ ଦେବତାଙ୍କୁ ସକାଳେ ଏବଂ ସନ୍ଧ୍ୟାରେ ଅର୍ଘ୍ୟ ଅର୍ପଣ କରିଥାନ୍ତି। ଏଭଳି ପରିସ୍ଥିତିରେ ଯମୁନା ନଦୀରେ ବିଷାକ୍ତ ଫେଣ ବୃଦ୍ଧି ହେତୁ ଲୋକଙ୍କ ସମସ୍ୟା ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି।

Share